ଆଦାନୀ ଗ୍ରୁପ୍‌ର ଜାଲିଆତିକୁ ବିରୋଧ, କଂଗ୍ରେସ ପକ୍ଷରୁ ଷ୍ଟଟ୍‌ବ୍ୟାଙ୍କ ସମ୍ମୁଖରେ ଗଣବିକ୍ଷୋଭ

କଟକ: ମାହାଙ୍ଗା ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତ କୋଇଲି ବ୍ଲକ କେନ୍ଦୁପଟଣା ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖରେ ନିଶ୍ଚିନ୍ତ କୋଇଲି ବ୍ଲକ କଂଗ୍ରେସ କମିଟି ତରଫରୁ ଅଦାନୀ ଗ୍ରୁପ୍‌ର ଜାଲିଆତିକୁ ବିରୋଧ କରି ଏକ ଗଣ ବିକ୍ଷୋଭ ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରାଙ୍କଅଧ୍ୟକ୍ଷତାରେ କରାଯାଇଥିଲା। ବିକ୍ଷୋଭ ସଭାରେ ମୁଖ୍ୟ ଅତିଥି ଭାବର ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଯୋଗ ଦେଇ  ମୋଦି ଓ ନବୀନ ସରକାର ଉପରେ ଅଗ୍ନିବର୍ଷୀ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ମୋଦି ସରକାର ସବୁ କ୍ଷେତ୍ରରେ ଅପାରଗତା।ଯାହା ଫଲରେ ଦେଶରେ ଅର୍ଥନୈତିକ ପ୍ରଗତି ପ୍ରତି ବାଧା ସୃଷ୍ଟି ହେଉଛି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଵୃଦ୍ଧି ପାଇବାରେ ଲାଗିଛି। ସରକାର ଏହାର ସ୍ଥାୟୀ ସମାଧାନ ନକରି ଜନସାଧାରଣଙ୍କୁ ଵିଭ୍ରାନ୍ତ କରୁଛନ୍ତି।  ସମ୍ମାନିତ ଅତିଥିଭାବେ ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା, ମାହାଙ୍ଗା ବ୍ଲକ କଂଗ୍ରେସ ସଭାପତି ଅଲେଖ ପ୍ରସାଦ ସ୍ବାଇଁ,  ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ଖଟୁଆ, ନିଶ୍ଚିନ୍ତକୋଇଲି ବ୍ଲକ ଯୁବ କଂଗ୍ରେସ ସଭାପତି ସତ୍ୟଜିତ ସାହୁ ଯୋଗ ଦେବା ସହିତ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।