ଶାନ୍ତି ସନ୍ଧାନରେ ଆସିଥିଲେ କୃତି ଶାନନ

ଶାନ୍ତି ସନ୍ଧାନରେ ଆସିଥିଲେ କୃତି ଶାନନ

ଶାନ୍ତି ସନ୍ଧାନରେ ଆସିଥିଲେ କୃତି ଶାନନ

ଗଲା କିଛିଦିନ ହେଲା କୃତି ଶାନନଙ୍କୁ ନେଇ ଚର୍ଚ୍ଚା ତମୁନି । ଏଇ ବର୍ଷର ସବୁଠୁ ବଡ଼ ବଜେଟ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ସେ ମୁଖ୍ୟ ନାୟିକା ଭୂମିକାରେ କାମ କରୁଛନ୍ତି । ତା’ ପରେ ଅନ୍ୟ କଥାଟି ହେଲା କୃତି ଓ ବାହୁବଳୀ ପ୍ରଭାସଙ୍କ ଘନିଷ୍ଠତା ବଢ଼ୁଛି । ବୋଲି ସବୁଠି ଶୁଣାଯାଉଛି । କୃତିଙ୍କୁ ଯେତେବେଳେ ଏକଥା ପଚରାଗଲା, ସେ କେବଳ ହସିଲେ, କିଚି ଉତ୍ତର ଦେଇନଥିଲେ । ତିନୋଟି ଚଳଚ୍ଚିତ୍ରରେ ସୁଟିଂ କରି ସେ ଥକି ପଡ଼ିଲେଣି ବିରତି ନେବା ତାଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଲା । ସେଥିପାଇଁ ସୁଟିଂ ମଝିରୁ ଅଟକାଇ ପୂରା ପରିବାର ସହ ସେ ଫ୍ରାନ୍ସ ବୁଲିବାକୁ ଯାଇଛନ୍ତି । ସେଠି ଥାଇ ସେ ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ଼ କରି ଲେଖିଛନ୍ତି, ଶାନ୍ତି ସନ୍ଧାନରେ ଆସିଥିଲେ, ତାହା ଏଠି ସତରେ ମିଳିଯାଇଛି ।

୨୦୨୧ରେ କୃତି ଅଭିନୀତ ‘ମିମି’ ସୁପରହିଟ ହେବା ପରେ ତାଙ୍କ ହାତକୁ ଭଲ ବ୍ୟାନର ଚଳଚ୍ଚିତ୍ର ଆସିଥିଲା ।