ବସ୍ ଜଳିଯିବା ଘଟଣା: ଚାଲିଗଲା ୨୦ ଯାତ୍ରୀଙ୍କ ଜୀବନ |

ରାଜସ୍ଥାନର ଯୋଧପୁର ରାଜପଥରେ ବସ୍ ଜଳିଯିବା ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ଏଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ବସ୍ ଜଳିଯିବା ଘଟଣା: ଚାଲିଗଲା ୨୦ ଯାତ୍ରୀଙ୍କ ଜୀବନ |
ବସ୍ ଜଳିଯିବା ଘଟଣା: ଚାଲିଗଲା ୨୦ ଯାତ୍ରୀଙ୍କ ଜୀବନ |

ରାଜସ୍ଥାନର ଯୋଧପୁର ରାଜପଥରେ ବସ୍ ଜଳିଯିବା ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ଗତକାଲି  ଜୈସଲମେର ଯୋଧପୁର ରାଜପଥରେ ଥାୟତ ଗାଁ ନିକଟରେ ଜାତୀୟ ରାଜପଥରେ ଏସି ବସରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବସରେ ଥିଲେ ମୋଟ ୫୭ ଯାତ୍ରୀ । ଗୁରୁତର ୧୬ ଜଣଙ୍କ ଆହତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ ଓ ୪ ମହିଳା । ଗୁରୁତର ଆହତଙ୍କୁ ଏୟାରଲିଫ୍ଟ କରି ଯୋଧପୁରର ମହାତ୍ମା ଗାନ୍ଧୀ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ବସଟି ଜୈସଲମେର୍‌ରୁ ଯୋଧପୁରକୁ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯାତ୍ରା କରୁଥିବା ସୟମରେ ବସ୍‌ର ପଛ ଭାଗରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । ଏବଂ କିଛି ମିନିଟ୍ ମଧ୍ୟରେ ପୂରା ବସ୍ ଜଳିଯାଇଥିଲା । ଜୀବନ ବଞ୍ଚାଇବା ପାଇଁ କବାଟ ଓ ଝରକା ଦେଇ ବାହାରିବାକୁ ଉଦ୍ୟମ କରିଥିଲେ ଯାତ୍ରୀ । କିନ୍ତୁ ଅଧିକାଂଶ ବିଫଳ ହୋଇଥିଲେ । ଖବର ପାଇଁ ନିକଟସ୍ତ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରାଥମିକ ତଦନ୍ତରୁ ବସ୍‌ରେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Video Link: https://youtube.com/shorts/VUhYBrLaFr0