୨୦୩୦ରୁ ଜାପାନ୍‌ ଅର୍ଥନୀତିକୁ ଟପିବ ଭାରତ

୨୦୩୦ରୁ ଜାପାନ୍‌ ଅର୍ଥନୀତିକୁ ଟପିବ ଭାରତ

୨୦୩୦ରୁ ଜାପାନ୍‌ ଅର୍ଥନୀତିକୁ ଟପିବ ଭାରତ

ନୂଆଦିଲ୍ଲୀ : ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ । ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ୱିତୀୟ ବୃହତ୍ ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ । ଲଣ୍ଡନଭିତ୍ତିକ ଆଇଏଚଏସ ମାର୍କିଟ ନାମକ ସଂସ୍ଥା ପକ୍ଷରୁ ଶୁକ୍ରବାର ଏକ ରିପୋର୍ଟରେ ଏହା କୁହାଯାଇଛି । ବର୍ତ୍ତମାନ ଭାରତ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ରହିଛି । 

ଭାରତ ଉପରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜାପାନ, ଜର୍ମାନୀ ଏବଂ ବ୍ରିଟେନ ରହିଛନ୍ତି । ୨୦୩୦ ସୁଦ୍ଧା ଭାରତ ୟୁରୋପର ବଡ଼ ଅର୍ଥନୀତି ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନକୁ ମଧ୍ୟ ଟପିବ । ମୁଦ୍ରାସ୍ଫୀତିକୁ ବିଚାରକୁ ନନେଲେ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ଏବେ ୨.୭ ଲକ୍ଷ କୋଟି ଡଲାର ରହିଛି । ୨୦୩୦ ମସିହା ବେଳକୁ ଏହା ୮.୪ ଲକ୍ଷ କୋଟି ଡଲାର ଛୁଇଁବ । ଭାରତର ବୃହତ୍ ଏବଂ ବର୍ଦ୍ଧିତ ମଧ୍ୟମ ଆୟବର୍ଗର ଲୋକ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟକ ହେବେ ।

 

ଏଥିଯୋଗୁ ଭାରତର ମୋଟ ବ୍ୟୟ ବର୍ତ୍ତମାନର ୧.୫ ଲକ୍ଷ କୋଟି ଡଲାରରୁ ୨୦୩୦ ମସିହା ବେଳକୁ ଦୁଇଗୁଣା ବୃଦ୍ଧି ପାଇ ୩ ଲକ୍ଷ କୋଟି ଡଲାରରେ ପହଞ୍ଚିବ । ୨୦୨୦-୨୧ ଆର୍ଥôକ ବର୍ଷରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତ ୨୦୨୨-୨୩ରେ ୬.୭ ପ୍ରତିଶତ ରହିବ ବୋଲି ଆଇଏଚଏସ ମାର୍କିଟ ଆକଳନ କରିଛି ।