ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ

Siddaramaiah Is New CM

ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ

Voice of Odisha - ର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହୋଇଛି। ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ କଳ୍ପନାଜଳ୍ପନା ଲାଗି ରହିଥିଲା । କର୍ଣାଟକରେ କଂଗ୍ରେସର ଅଭୂତପୂର୍ବ ସଫଳତା ପରେ କିଏ ମୁଖ୍ୟମନ୍ତ୍ରୀ ତାହା ଚର୍ଚ୍ଚାର ବିଷୟ ପାଲଟିଧିଲା। ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହେବା ପରେ ମେ ୨୦ ତାରିଖରେ ଶପଥ ନେବେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛି କଂଗ୍ରେସ । ପିସିସି ସଭାପତି ଦାୟିତ୍ୱ ମଧ୍ୟ ତୁଲାଇବେ ଶିବକୁମାର ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କେ ସି ବେନୁଗୋପାଳ। ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ  ଦଳର ଅଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମସ୍ତେ ବସି ବିସ୍ତୃତ ଆଲୋଚନା କରିବା ପରେ ନିଆଯାଇଛି ଏଭଳି ନିଷ୍ପତ୍ତି।