ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ବଡ ଖବର

ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ବଡ ଖବର

ନୂଆଦିଲ୍ଲୀ:  ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଆକାଉଣ୍ଟ ରହିଛି ତାହା ନିଷ୍କ୍ରିୟ ଅବସ୍ଥାରେ ରହିଛି ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ତରଫରୁ ବଡ ଆଶ୍ୱସ୍ଥି ପ୍ରଦାନ କରାଯାଇଛି । ରିଜର୍ଭ ବ୍ୟାଙ୍କ କହିଛି କି ନିଷ୍କ୍ରିୟ ପଡିଥିବା ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ନଥିଲେ ବି ବ୍ୟାଙ୍କ ଆଉ ଜରିମାନା ଆଦାୟ କରିପାରିବ ନାହିଁ ।

ରିଜର୍ଭ ବ୍ୟାଙ୍କ କହିଛି କି, ଯଦି ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁଇବର୍ଷ ଧରି କୌଣସି କାରବାର କରୁନାହାଁନ୍ତି ଓ ଆପଣଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି ତେବେ ବି ଆପଣଙ୍କ ବ୍ୟାଙ୍କ ମିନିମମ୍ ବା ସର୍ବନିନ୍ନ ଜମା ନାମରେ ଆପଣଙ୍କ ଠାରୁ ଜରିମାନା ଆଦାୟ କରିପାରିବ ନାହିଁ । କେବଳ ସେତିକି ନୁହେଁ ସ୍କଲାରସିପ୍ ରାଶି କିମ୍ବା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ପାଇଁ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ନଥିଲେ ବ୍ୟାଙ୍କ ଜରିମାନା ଲଗାଇ ପାରିବ ନାହିଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ଏକ ନୋଟିସ୍ ଜାରି କରିଛି ।


ସେପଟେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଯଦି ଆପଣଙ୍କ ଖାତାରେ କିଛି ଟଙ୍କା ରହିଛି ତେବେ ବ୍ୟାଙ୍କ ଉକ୍ତ ଜମାରାଶି ଉପରେ ଲଗାତର ସୁଧ ପ୍ରଦାନ କରିବ । ଆକାଉଣ୍ଟ ନିଷ୍କ୍ରିୟ ହୋଇଥିଲେ ବି ଗ୍ରାହକ ଜମାରାଶି ଉପରେ ସୁଧ ପାଇପାରିବ ।ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କରେ ପଡିରହିଥିବା ଅଣ ଅଧିକାରୀ ଖାତା ଓ ଦାବି କରୁଥିବା ଖାତାରେ ଥିବା ରାଶି କମ୍ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଆରବିଆଇ ତା’ର ସକ୍ୟୁଲାରରେ କହିଛି କି, ଏହି ନିର୍ଦ୍ଦେଶ ପରେ ବ୍ୟାଙ୍କରେ ପଡିଥିବା ଅଣ ଅଧିକାରୀ ରାଶି ନିଶ୍ଚିତ ଭାବେ କମ୍ ହେବ । ଅନ୍ୟପଟେ ଯେତେବେଳେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯିବ ସେତେବେଳେ ବ୍ୟାଙ୍କ ତରଫରୁ ଆପଣଙ୍କୁ ମେସେଜ, ଚିଠି କିମ୍ବା ଇ-ମେଲ ମାଧ୍ୟମରେ ସୂଚିତ କରିବା ବାଧ୍ୟତାମୂଳକ ।