ଭାରତୀୟ ଟିମ ର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର

ଭାରତୀୟ ଟିମ ର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର

କଟକ: ଭାରତୀୟ ଟିମ ର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର।  ଆଗ୍ରେସନ କ୍ରିକେଟର ଭାବରେ ବେଶ ଜଣାଶୁଣା ଗୌତମ 2027 ପର୍ଯ୍ୟନ୍ତ ଭାରତୀୟ ଟିମର ମୁଖ୍ୟ କୋଚ୍ ହିସାବରେ ଦାୟିତ୍ୱ ତୁଲାଇବେ। ଏନେଇ ଗତକାଲି BCCI ସମ୍ପାଦକ ଜୟ ଶାହା ଟୁଇଟ ଜରିଆରେ ସ୍ପଷ୍ଟ କରିଛନ୍ତି। ତେବେ ଗମ୍ଭୀର ଙ୍କ କୋଚ୍ ଦାୟିତ୍ୱ ଭାରତୀୟ କ୍ରିକେଟ କୁ ଆହୁରି ଆଗରେ ପହଞ୍ଚାଇବା ନେଇ ମତ ରଖିଛନ୍ତି ଓସିଏ ର ପୂର୍ବତନ କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ। ଆଇସିସିର ଅନେକ ମେଗା ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି ଗୌତମ ।ଏପରିକି ମୁଁ ମଧ୍ୟ ତାଙ୍କ ବିପକ୍ଷରେ ଅନକ ମ୍ୟାଚ ଖେଳିଛି । ଆଇପିଏଲ ରେ କୋଲକାତା କୁ ଅଧିନାୟକ ସମୟରେ ହେଉ କିମ୍ବା କୋଚ୍ ସମୟରେ ଯେଉଁ ଟ୍ରଫି ଦେଇଛନ୍ତି ତାହା ବେଶ ଚିତାକର୍ଷକ  । ତେଣୁ ଭାରତୀୟ ଟିମ ର କୋଚ୍ ହେବା ଦ୍ୱାରା ଗୌତମ ଭାରତୀୟ ଟିମ କୁ ଆଗାମୀ ଆଇସିସି ଟ୍ରଫି ଆଣିବା ରେ ବେଶ ସହାୟକ ହେବ ବୋଲି ମତ ରଖିଛନ୍ତି ଓସିଏ ପୂର୍ବତନ ପ୍ରଭଞ୍ଜନ ମଲ୍ଲିକ।