ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ।

ସେପଟେ ପୁରୀରେ ଆରମ୍ଭ ହୋଇଛି ନୂଆ କଟକଣା । ଭକ୍ତଙ୍କୁ ଭଲ ବ୍ୟବହାର ସହ ଉଚ୍ଚାରଣ ଓ ଆଚରଣ ଠିକ୍ ରଖିବା ପାଇଁ ସବୁ ନିଯୋଗ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ପ୍ରଭୁଙ୍କ ଅତିଥି, ସେମାନଙ୍କୁ ଭଲ ବ୍ୟବହର କରିବା ଆବଶ୍ୟକ । ଭକ୍ତମାନଙ୍କଠାରୁ ଯେପରି ଶାଳୀନତା ପୂର୍ଣ୍ଣ ଆଚରଣ ଆଶା କରାଯାଉଛି, ସେମାନଙ୍କୁ ମଧ୍ୟ ଶାଳୀନତାପୂର୍ଣ୍ଣ ଆଚରଣ କରିବା ଦରକାର ବୋଲି କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ପୁରୀରେ ନୂଆ କଟକଣା ସହ ଦର୍ଶନ ଚାଲିଛି ।