କଟକ ଏସସିବି ମେଡିକାଲ ରେ ଚିକିତ୍ସତ ଅବସ୍ଥା ରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

କଟକ ଏସସିବି ମେଡିକାଲ ରେ ଚିକିତ୍ସତ ଅବସ୍ଥା ରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ପଦ୍ମଶ୍ରୀ କମଳା ପୂଜାରୀ ଙ୍କର କଟକ ଏସସିବି ମେଡିକାଲ ରେ ଚିକିତ୍ସତ ଅବସ୍ଥା ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ବୟସ ହେଇଥିଲା। ଆଜି ସକାଳୁ ପଦ୍ମଶ୍ରୀ ଙ୍କ ହୃଦ ଘାତ ଘଟିଥିଲା। ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। 18ତାରିଖ ଦିନ କଟକ scb କୁ ଚିକିତ୍ସା ପାଇଁ ଆସିଥିଲେ.। ଏସସିବି ମେଡିକାଲ ର ଆଇସିୟୁ ରେ ଭର୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ। ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗ ର ଚାରିଜଣ ଡାକ୍ତର ଙ୍କୁ ନେଇ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ତାଙ୍କ ଚିକିତ୍ସା ପାଇଁ । କମଳା ପୂଜାରୀଙ୍କ ମୃତ୍ୟୁ ଖବର ପାଇ କଟକ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ,କଟକ ଏଡିଏମ ତାଙ୍କ ଶେଷ ଦର୍ଶନ କରିଥିଲେ। ପରେ ଶରୀର ଗଠନ ବିଭାଗକୁ ମରଶରୀର କୁ ନିଆ ଯାଇଁ ଶବକୁ କୋରାପୁଟ ପହଂଚିବା ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।