କଟକ SCB ରେ ଅଘଟଣ

କଟକ SCB ରେ ଅଘଟଣ

ଏସ୍ ସି ଵି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ ଵଡ ଅଘଟଣ। ୧୦ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇଵା ବେଳେ  କ୍ରେନ ଛିଡି ପଡ଼ିବାରୁ ଆଠ ଜଣ ଆହତ ଓ ତିନି ଜଣ ଗୁରୁତର ଆହତ ସୋଇଛନ୍ତି।ଆହତ ମାନଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କ୍ରେନ ଛିଡିଵା ସ୍ଥାନରେ ପଚାଶରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ ବୋଲି ଘଟଣା ସ୍ଥଳରେ ଥିବା ଶ୍ରମିକ ମାନେ କହିଛନ୍ତି।ଏନ୍ ସି ସି ନାମକ କମ୍ପାନୀ ଏହି ନିର୍ମାଣ କାମରେ ନିୟୋଜିତ ଅଛି। ତେବେ ଘଟଣା ସମ୍ପର୍କରେ ପ୍ରଶାସନ କିମ୍ବା ନିର୍ମାଣ କାମ କରୁଥିଵା ସଂସ୍ଥା  କୈାଣସି ସୂଚନା ଦେଇନାହାଁନ୍ତି। ଗୁରୁତର ତିନି ଜଣ ଆହତଙ୍କ ନାଁ ହେଲା ବିହାରର ମୁଵାରକ ଅନସାରୀ,ଓଡ଼ିଶାର ଦିନବନ୍ଧୁ ବେହେରା ଓ ଵଂଶୀଧର ମଲ୍ଲିକ।କଟକ ମେୟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଵା ସହ ମେଡିକାଲ ଆସି ଆହତ ମାନଙ୍କ ଚିକିତ୍ସା ଵ୍ୟଵସ୍ଥା ତଦାରଖ କରିଛନ୍ତି। ଏଭଳି ଏକ ଅଘଟଣର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମେୟର ସୁବାଷ ସିଂହ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି।

ଘଟଣା ପରେ ଏସସିବି ରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ,  ବିଧାୟକ ସୌଭିକ ବିଶ୍ୱାଳ ଓ ଠିକା ସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ଆହତ ଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ଘଟଣାର ତଦନ୍ତ ହେବ ଓ ଚିକିତ୍ସା ସହାୟତା ଆହତଙ୍କୁ ଯୋଗାଇ ଦିଆଯିବ।