କଟକରେ ବାଂଲାଦେଶୀ ଅନୁପ୍ରବେଶକାରୀ ହଟାଅ ଅଭିଯାନ

କଟକରେ ବାଂଲାଦେଶୀ ଅନୁପ୍ରବେଶକାରୀ ହଟାଅ ଅଭିଯାନ

ଦିନକୁ ଦିନ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ନେଇ ନିକଟରେ ପୋଲିସ ଡିଜି ଅରୁଣ ଷଢଙ୍ଗୀ ଓଡ଼ିଶାର ସମସ୍ତ ପ୍ରବେଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରିଛନ୍ତି । ବିଗତ ଦିନରେ ଭଦ୍ରକ, ବାଲେଶ୍ୱର, ଆଦି ଜିଲ୍ଲା ଗୁଡିକରେ  ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ବିରୋଧରେ ପ୍ରତିବାଦ ଜୋର ଧରିଥିବା ବେଳେ । ଆଜି କଟକରେ କଟକ ସୁରକ୍ଷା ସମିତି ପକ୍ଷରୁ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କୁ ହଟାଇବା ପାଇଁ ଏକ ବିଶାଳ ପଦଯାତ୍ରା କଟକ ଚୌଧୁରୀ ବଜାର ମାରୁତି ମଣ୍ଡପରୁ ବାହାରି ସହର ର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରତିବାଦ କରିବା ସହ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କୁ କଟକ ଜିଲ୍ଲାରୁ ବିତାଡିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।