ସ୍ଵାଧୀନତା ଦିବସ ପ୍ୟାରେଡ଼ ଦେଖିବାକୁ ଆଶାକର୍ମୀ ବିଶେଷ ନିମନ୍ତ୍ରଣ
ପୁରୀ ଚନ୍ଦନପୁର ଅନ୍ତର୍ଗତ ତଳଜଙ୍ଗ ଗ୍ରାମର ଆଶାକର୍ମୀ ଶ୍ରୀମତୀ ସୁକାନ୍ତି ଜେନାଙ୍କୁ ବିଶେଷ ଅତିଥି ଭାବରେ ନୂଆଦିଲ୍ଲୀରେ ସ୍ଵାଧୀନତା ଦିବସ ୨୦୨୪ ପ୍ୟାରେଡ଼ ଦେଖିବାକୁ ନିମନ୍ତ୍ରଣ ମିଳିଛି l ଆଶାଦିଦି ସୁକାନ୍ତି ଜେନା ଦିଲ୍ଲୀ ଯିବା ପାଇଁ ଏକ ପତ୍ର ମାଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ସୁଚନା ଦିଆଯାଇଛି l ଆଜି ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ l ଅନେକ ଥର ସେ କରିଥିବା ଜନହିତକାରୀ କାର୍ଯ୍ୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନର ଅନେକ ଯୋଜନା ଗୁଡ଼ିକୁ ସେ ଲୋକମାନଙ୍କ ପାଖେ ପହଞ୍ଚାଇଛନ୍ତି l ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ଵାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାର ସଫଳ ରୂପାୟନ ମଧ୍ୟ କରିଛନ୍ତି l ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଜଣେ ମାତ୍ର ଆଶା କର୍ମୀ ଭାବରେ ତାଙ୍କୁ ଏହି ନିମନ୍ତ୍ରଣ ମିଳିଥିବାରୁ ପୁରୀ ଜିଲ୍ଲାର ସମସ୍ତ ଆଶାଦିଦି ମାନେ ଅନେକ ଉତ୍ସାହିତ ହେବାସହ ଶ୍ରୀମତୀ ଜେନାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି l ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜାତୀୟ ସ୍ଵାସ୍ଥ୍ୟ ମିଶନର ପ୍ରକଳ୍ପ ପ୍ରବନ୍ଧକ ଟି ନାରାୟଣ ରାଓ, ଜିଲ୍ଲା ଆଶା ମ୍ୟାନେଜର ଅଶୋକ ସାହୁ ତାଙ୍କୁ ଶୁଭେଚ୍ଛା ଜଣଇଛନ୍ତି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦନପୂରର ସମସ୍ତ କର୍ମକର୍ତ୍ତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି lତେବେ ଆଶା ଦିଦି ସୁକାନ୍ତି ଜେନା ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ। ବିଶେଷ କରି ତାଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠାକୁ ନେଇ ସମସ୍ତଙ୍କ ର ପ୍ରଶଂସାର ପାତ୍ର ହୋଇଛନ୍ତି ଆଶା ଦିଦି ସୁକାନ୍ତି ଜେନା। । ବିଶେଷ କରି 24 ଘଂଟା ଲୋକଙ୍କ ସେବା ୟରେ କାର୍ଯ୍ୟ କରିବା, ନିଜର ଅସୁବିଧା ଥିବା ସତ୍ତ୍ବେ ତାକୁ ଖାତିର ନକରି ଲୋକଙ୍କ ସେବା ଲାଗିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସେ ରାତିଦିନ କାର୍ଯ୍ୟ କରୁଥିଲେ। ଏଣୁ ତାଙ୍କୁ ନୂଆଦିଲ୍ଲୀରେ ସ୍ଵାଧୀନତା ଦିବସ ପ୍ୟାରେଡରେ ଅତିଥି ଭାବେ ଯୋଗ ଦେବାକୁ ଯେଉଁ ନିମନ୍ତ୍ରଣ ମିଳିଚି ତାକୁ ନେଇ ତଳଜଙ୍ଗ ଗ୍ରାମବାସୀ ବେଶ୍ ଖୁସି ଓ ଗର୍ବିତ।