ଫୋକସରେ ମାଲକାନଗିରି, ୨ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ । ୧୧ ଯାଏଁ ପ୍ରବଳ ବର୍ଷା ।

ଫୋକସରେ ମାଲକାନଗିରି, ୨ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ । ୧୧ ଯାଏଁ ପ୍ରବଳ ବର୍ଷା ।

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ଉତ୍ପାଦନ ବନ୍ଦ, ଲଗାଣ ବର୍ଷା ରାଜ୍ୟରେ ଆଣିଲା ବନ୍ୟା ପରିସ୍ଥିତି । ଲଘୁଚାପ ଜନିତ ଅବିସ୍ରାନ୍ତ ବର୍ଷା ପାଇଁ ରାଜ୍ୟରେ ଛୋଟ ଧରଣର ବନ୍ୟା ଆଶଙ୍କା ଦେଖା ଦେଇଛି । ଏହି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଏଥି ପାଇଁ ଜଳ ସଂପଦ ମୁଖ୍ୟ କାଯ୍ୟାଳୟରେ ଏକ କଣ୍ଟୋଲ ରୁମ୍ ଖୋଲା ଯାଇଛି । ରାଜ୍ୟର ସବୁ ନଦୀ ଉପରେ ନଜର ରଖା ଯାଇଛି । ତେବେ ମହାନଦୀର ତଳ ବେସିନ ବା ତଳ ମୁଣ୍ଡରେ ସେତେଟା ବର୍ଷା ପ୍ରଭାବ କିମ୍ବା ବର୍ଷା ଜଳ ନ ଥିବାରୁ ସ୍ଥିତି ଗମ୍ଭୀର ନୁହେଁ ।

ସେପଟେ ବର୍ଷାରେ ବେହାଲ ମାଲକାନାଗିରି ପାଇଁ ରାଜ୍ୟ ସରକାର ଅଧିକ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । ୨ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଏସଆରସି ବିଷ୍ଣୁପଦ ସେଠୀ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ଏସଆରସି ଦେଓ ରଂଜନ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମାଲକାନଗିରିକୁ ଫୋକସରେ ରଖା ଯାଇଛି । ବର୍ଷା ଲାଗି ରହିଥିବାରୁ ତଳିଆ ଅଂଚଳରେ ପାଣି ପଶି ଯାଇଛି । ମାଲକାନଗିରି ଓ କାଲିମେଳା ବ୍ଳକ୍ ଅଧିକ ପ୍ରଭାବତି ହୋଇଛି । ପ୍ରଭ୍ାବିତ ଲୋକଙ୍କୁ ଉଦ୍ଧାର ପାଇଁ ୬ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି । ବଳକା ଟିମକୁ ଦକ୍ଷିଣ ଓଡିଶାକୁ ପଠା ଯାଇଛି । ୫୦୪ ଜଣଙ୍କୁ ଉଦ୍ଧାର କରାଯାଇ ୪ଟି ରିଲିଫ୍ କ୍ୟାମ୍ପକୁ ପଠା ଯାଇଛି ।

ସେପଟେ ୧୧ ତାରିଖ ଯାଏଁ ର୍ବଷାରୁ ତ୍ରାହି ନାହିଁ । ସାରା ରାଜ୍ୟରେ ପ୍ରବଳ ବର୍ଷିବ । ନଦୀ ନାଳ ବୁଡାଇବ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ବା ଡିପ୍ରେସନରେ ପରିଣଥ ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଗଭିର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇ ପ୍ରବଳ ଛେଚିବ । ଏହାର ପ୍ରଭାବରେ ୧୧ ତାରିଖ ଯାଏଂ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଅବପାତ ସୃଷ୍ଟି ହୋଇଛି । ପରେ ଏହା ଅଧିକ ଘନୀଭୂତ ହୋଇ ଓଡିଶା ପଶ୍ଚିମବଙ୍ଗ ଉପକୂଳ ଆଡେକୁ ମୁହାଁଇବ ।

ସୋମବାର ପାଇଁ ରେଡ୍ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଗଂଜାମ,  ଗଜପତି, ମାଲକାନଗିରି, ରାୟଗଡା ଓ କୋରାପୁଟ ଭଳି ୫ଟି ଜିଲ୍ଲା ପାଇଁ ଏହି ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ୪୦ରୁ ୬୦ କିଲୋମିଟରର ହେବାର ସମ୍ଭାବନା ରହିଛି । ଫଳରେ ଗଛ ଉପୁଡି ପଡିବାର ସମ୍ଭାବନା ବି ରିହଛି । ଏହା ବାଦ୍ ଖୋର୍ଦା, ପୁରୀ, କଟକ, ଜଗତସିଂପୁର, କେନ୍ଦ୍ରାପଡା, ନୟାଗଡ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନବରଙ୍ଗପୁର ଜିିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର କିଛି ଅଂଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।