ଲୋକସେବା ଭବନରେ ସରିଛି ମନ୍ତ୍ରୀ ପରିଷଦ ବୈଠକ

ଲୋକସେବା ଭବନରେ ସରିଛି ମନ୍ତ୍ରୀ ପରିଷଦ ବୈଠକ

ଲୋକସେବା ଭବନରେ ସରିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ । ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ରହିଛି ସୂଚନା । ବୈଠକରେ ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯାଇଥିବା ସୂଚନା ରହିଛି। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହୋଇଛି । ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିବା ସୂଚନା ରହିଛି । ଦ୍ବିତୀୟ କ୍ଯାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା । ତେବେ ଦେଖିବାକୁ ବାକିରହିଲା ମୋହନଙ୍କ ସରକାରରେ ବଜେଟ୍ ଉପରେ ବାଜୁଥିବା ମୋହର ବାସ୍ତବରେ ସାଧାରଣ ଲୋକଙ୍କୁ କେତେ ସୁବିଧା ଜଣକ ହେଉଛି  ।