ରାଜନୀତିକୁ ଗରମ ହାଓ୍ବା ହେଇଛି ଅଖିଳେସଙ୍କ ମନସୁନ ଅଫର

ରାଜନୀତିକୁ ଗରମ ହାଓ୍ବା ହେଇଛି ଅଖିଳେସଙ୍କ ମନସୁନ ଅଫର

 ବିଗତ କିଛି ଦିନ ହେବ ୟୁପି ବିଜେପିରେ ଦଳଅନ୍ତକନ୍ଦଳ ଚାଲିଥିବା ନେଇ ଚର୍ଚ୍ଚା ଯୋର ଧରିଥିଲା । ଆଉ ୟାରି ଭିତରେ ରାଜନୀତିକୁ ଗରମ ହାଓ୍ବା ହେଇଛି ଅଖିଳେସଙ୍କ ମନସୁନ ଅଫର ।ହଁ ଆଜ୍ଞା, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେସ ଯାଦବ ନିଜର x ଆକାଉଣ୍ଟରେ ବାସ ଏତିକି ଲେଥିଲେ,(ମନସୁନ ଅଫର : ସୋ ଲାଓ, ସରକାର ବନାଓ!), ନା କୌଣସି ଦଳର ନାଁ ଲେଖିଥିଲେ ନାଁ କୌଣସି ନେତାଙ୍କର । କିନ୍ତୁ ବୁଝିବା ବାଲା ବୁଝି ଜାଇଥିଲେ ।

ରାଜନୈତିକ ମହଲରେ ଚର୍ଚ୍ଚା, କାଳେଅଖିଳେସଙ୍କ ଏ ତେରଛା ତୀରବିଜେପିକୁ, କିନ୍ତୁ ନିଜ ଆକାଣ୍ଟରେ ଏହି ପୋଷ୍ଟ ଡେପୁଟି ସିଏମ୍ କେଶବ ପ୍ରସାଦ ମୋରୀୟଙ୍କ ପାଇଁ ।ମନସୁନ ଅଫର ପୋଷ୍ଟ ପୂର୍ବରୁ ଅଖିଳେସଙ୍କୁ ଆଉ ଏକ ପୋଷ୍ଟ ମଧ୍ୟ ବେଶ ଚର୍ଚ୍ଚା ସାଉଁଟିଥିଲା । ବିଜେପିର ଭିତିରି ଲଢେଇ ଏବେ ଦାଣ୍ଡ ପଡି ହାଟରେ ଗଡୁଚି । ଏବେ ଖାଲି ଇଞ୍ଜିନ ନୁହେଁ ବଂର ଡବା ନିଜନିଜ ଭିତରେ ବାଡେଇ ହେଲେଣି । ଏହି ପୋଷ୍ଟପରେ ନିଜ X ଆକାଣ୍ଡରେଅଖିଳେସଙ୍କର ନାଁ ନେଇ ପାଲଟା ଜବାବ ରଖିଥିଲେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋରୀୟ । ସେ ଲେଖିଥିଲେ ବିଜେପିର ରାଜ୍ୟ ଏବଂ କେନ୍ଦ୍ର, ଉଭୟରେ ଦୃଢ ସରକାର ରହିଛି । ସପା ସରକାରକୁ ପୁଣି ଫେରିବା ସ୍ବପ୍ନ ବୋଲି କହି ପାଲଟା ଜବାବ ଦେଇଥିଲେ ।

କିନ୍ତୁଜୁଲାଇ ୧୪ ତାରିଖରେ ବିଜେପିର କାର୍ଯ୍ୟକାରିଣୀ କମିଟି ବୈଠକ ବସିବା ପରେ ଚିତ୍ର କିଛି ଅଲଗା ଆସିଛି।

 ବୈଠକରେ ଉଭୟମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମତଭେଦ ଥିବା ନେଇ ସୁଣିବାକୁ ମିଳିଥିଲା । ବୁଧବାର ଏହି ବିବାଦ ଆହୁରି ତୀବ୍ର ହୋଇଥିଲା।କାରଣ କେଶବ ନିଜ ଏକ୍ସରେ ପୋଷ୍ଟ କରିଥିଲେ ଯେ “ସରକାର ତୁଳନାରେ ଦଳ ହେଉଛି ବଡ଼। ମନ୍ତ୍ରୀ, ବିଧାୟକ ଓ ଜନପ୍ରତିନିଧିମାନେ ଦଳୀୟ କର୍ମୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ଦରକାର।” ଖାଲି ସେତିକି ନୁହେଁ, ଉପମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ,ଦିଲ୍ଲୀରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଦେଇଥିଲେ। ତେବେ ଉକ୍ତ ବୈଠକ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କିମ୍ବା ବିଜେପି ପକ୍ଷରୁ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ।କିନ୍ତୁ ନିଜ ଆକାଉଣ୍ଡରେ କେଶବଙ୍କ ଏହି ପୋଷ୍ଚବିରୋଧୀଙ୍କ ପାଇଁ ବେସ ଖୋରାକ ଯୋଗାଇଛି ।