ଗୃହ ଆରମ୍ଭରୁ ହଟଗୋଳ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସରକାରକୁ ଘିରିଲେ ବିରୋଧୀ

ଗୃହ ଆରମ୍ଭରୁ ହଟଗୋଳ  ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସରକାରକୁ ଘିରିଲେ ବିରୋଧୀ

ରାଜ୍ୟରେ ନୂଆ ସରକାରର ପ୍ରଥମ ବିଧାନସଭା ଆରମ୍ଭ । ଆରମ୍ଭରେ ବିରୋଧୀଙ୍କ ହଟଗୋଳ । ଓଡିଆ ଅସ୍ମିତାର କଥା କହି ସରକାରକୁ ଘେରିଲେ ଉଭୟ ବିଜେଡି ଓ କଂଗ୍ରେସ । ଆଜିଠାରୁ ଆରମ୍ଭ ହେଇଛି ବିଧାନସଭାରେ ବଜେଟ୍ ଅଧିବେଶନ। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ନୂଆ ସରକାର ।  ଆସନ୍ତା ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ୍ ମଧ୍ୟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।କିନ୍ତୁ ଆରମ୍ଭରୁ ଗୃହର ଏ ଦୃଶ୍ୟ!ହଁ ଆଜ୍ଞା ଆଜି ସପ୍ତଦଶ ବିଧାନସଭ। ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ  ଅଭିଭାଷଣ ରଖିଥିଲେ । ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା  ।

ଓଡ଼ିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ। । ଖାଲି ସେତିକି ନୁହେଁ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ନିଜ ଆସନରେ ଛିଡ଼ା ହେଇ ପ୍ରତିବାଦ କରିଥିଲେ। ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ। ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ।