ଶଙ୍ଖଭବନରେ ଜନଜାତି ଦିବସ

ଶଙ୍ଖଭବନରେ ଜନଜାତି ଦିବସ
ଆଦିବାସୀ ଭାଷାକୁ ସମ୍ବିଧାନର ମାନ୍ୟତା, ଦାବିକଲା ବିଜେଡି 

ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳନ ।ଏହି ଅବସରରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ଯତା ମିଳୁ ବୋଲି ବିଜେଡି ସୁପ୍ରିମୋ ପୁଣି ଦାବି କରିଛନ୍ତି । ପୁଣି ଆଦିବାସୀଙ୍କ ସ୍ବାର୍ଥରେ ବାହାରିଲେ ନବୀନ ।  ଓଡ଼ିଶାରେ ୬୪ ଆଦିବାସୀ ଜନଜାତି ଓ ୧୩ ଆଦିମ ଜନଜାତି ଅଛନ୍ତି । ବିଜେଡି ସରକାର ଅମଳରେ ଆଦିବାସୀଙ୍କ ପାଇଁ ଅନେକ ଯୋଜନା କରାଯାଇଥିଲା । ଆଦିବାସୀଙ୍କ ଶିକ୍ଷା, ଜୀନ ଜୀବିକା ସଶକ୍ତ କରିବା ପାଇଁ ଏହା ନିହାତି ଜରୁରୀ । ସେହିପରି ୧୬୯ ଗୋଷୀଙ୍କୁ ମଧ୍ଯ ମାନ୍ଯତା ମିଳୁ ବୋଲି ନବୀନ ଦାବି ଦୋହରାଇଛନ୍ତି । ସେହିପରି ବାରିପଦା ମେଡିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରାଯାଇଥିଲା । ବିର୍ସା ମୁଣ୍ଡାଙ୍କ ନାମରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି । ଜଙ୍ଗଲ ଜମି ଅଧିକାର ହେଉ କିମ୍ବା ଶିକ୍ଷାର ପ୍ରସାର ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିପାରିଥିଲା ବିଜେଡି । ତେଣୁ ଆଦିବାସୀ ଭାଇଭଉଣୀଙ୍କ ବିକାଶ ପାଇଁ ସରକାର ଆଗକୁ ମଧ୍ଯ ଯୋଜନା ଜାରି ରଖନ୍ତୁ । ଆଦିବାସୀଙ୍କ ସହ ବିଜେଡି ସବୁବେଳେ ରହିଆସିଛି ଓ ରହିବ ବୋଲି ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।