ସରିଛି ସର୍ବଦଳୀୟ ବୈଠକ, ଅନୁପସ୍ତିତ ଥିଲା କଂଗ୍ରେସ

ସରିଛି ସର୍ବଦଳୀୟ ବୈଠକ, ଅନୁପସ୍ତିତ ଥିଲା କଂଗ୍ରେସ

ସରିଛି ସର୍ବଦଳୀୟ ବୈଠକ, ବୈଠକରେ ସାମିଲ ହେଲାନି କଂଗ୍ରେସ । ସାମିଲ ନହେବା ନେଇ ସଫେଇ ରଖିଲେ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତିଏଭଳି କେବେ ଘଟି ନଥିଲା। ବୈଠକରେ ଯୋଗ ନ ଦେବା ଏକ ଦୁର୍ଭାଗ୍ୟଜନକ କଥା । କଂଗ୍ରେସ ନେତା, ଚୟନ କରି ନଥିବାରୁ ଏପରି ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି ତାରା ।  ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ । କିନ୍ତୁ ବୈଠକରେ  ମଧ୍ୟ କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା । ତେବେ ସୋମବାର ଆରମ୍ଭ ହେବାକୁ ଥିବା ଅଧିବେଶନରେ କିପରି ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳିତ ହେବ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା ହୋଇଥିଲା ।ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି, କଂଗ୍ରେସ ଓ ସିପିଏମ ବୈଠକରେ ଅନୁପସ୍ଥିତ ଥିଲେ। ପିସିସି ସଭାପତିଙ୍କ ସହ କଥା ହୋଇଥିଲି। ସିପିଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲି। ତେବେ ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି ବୋଲି ମନ୍ତ୍ରୀ କହିଥିଲେ ।