କଟକରେ ଦୁର୍ଗା ପୂଜା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ନଦୀରୁ ଉଠିଲା ମାଟି
ଗତକାଲି ଠାରୁ କଟକରେ ଦୁର୍ଗା ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା ଆରମ୍ଭ ହୋଇଛି। ତେବେ ପରମ୍ପରା ଅନୁସାରେ ଆଜି ଅର୍ଥାତ୍ ନନ୍ଦ ଉତ୍ସବରେ ହିଁ କଟକର ଅଧିକାଂଶ ପୂଜା କମିଟି ମାଟି ଉଠାଇଛନ୍ତି। ତେଣୁ କଟକରେ ଆଜିଠାରୁ କଟକରେ ଏକ ପ୍ରକାର ପାର୍ଵଣର ପରିଵେଶ ଅନୁଭଵ ହେଲାଣି।
କଟକରେ ମହାନଦୀ ଓ କାଠଯୋଡିର ବିଭିନ୍ନ ଘାଟରେ ଆଜି ଏ ଦୃଶ୍ୟ ପାର୍ଵଣର ବାର୍ତ୍ତା ନେଇ ଆସିଛି।ସହରର ଅଧିକାଂଶ ପୂଜା କମିଟି ଆଜି ନନ୍ଦ ଉତ୍ସବରେ ହିଁ ନଦୀ ଘାଟରେ ଜଥା ବିଧି ପୂଜା ଅର୍ଚ୍ଚନା କରି ମା'ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ କରିଛନ୍ତି।ନଦୀ ଗୁଡିକୁ ମା' ଗଙ୍ଗା ଭାବେ ବିବେଚନା କରାଯାଉଥିଵାରୁ,ନଦୀ କୂଳର ମାଟିକୁ ପବିତ୍ର ଵୋଲି ଵିଚାର କରାଯାଇଥାଏ। ତେଣୁ ପୂଜା ଅର୍ଚ୍ଚନା କରି ଏହି ପବିତ୍ର ମାଟିକୁ ମା'ଙ୍କର ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ କାଠଯୋଡି ଓ ମହାନଦୀର ଘାଟରୁ ଉଠାଯିଵାର ପରମ୍ପରା ରହିଛି।
ଆଜି ସାଆନ୍ତ ସାହି, ହରିପୁର, ଖାନନଗର ଓ ନିମସାହି ଭଳି ଶତାଧିକ ପୂଜା କମିଟି ମା'ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠାଇଛନ୍ତି। ଆଜି ମାଟି ଉଠା ପର୍ବ ସହ ବର୍ଷକ ପରେ ପୁଣି ପାର୍ଵଣର ପରିଵେଶ ଫେରିଛି କଟକ ସହରକୁ। ଏଥିପାଇଁ କଟକିଆଙ୍କ ମନରେ ନାହିଁ ନଥିବା ଉତ୍ସାହ। ଆଜି ପରେ ରାଧା ଅଷ୍ଟମୀ ଓ ସୁନିଆ ରେ ମଧ୍ୟ କିଛି ପୂଜା କମିଟି ମାଟି ଉଠାଇଵା ପରମ୍ପରା ରହିଛି। ଆଜି ଯେଉଁ ପୂଜା କମିଟି ମାଟି ଉଠାଇଛନ୍ତି, ଗଣେଶ ପୂଜା ଠାରୁ ସେହି କମିଟି ଗୁଡିକ ମୂର୍ତ୍ତି ତିଆରି ଆରମ୍ଭ କରିବେ।