ଆତ୍ମହତ୍ଯା ନ କରିବା ପାଇଁ ସଙ୍ଗୀତ

ଆତ୍ମହତ୍ଯା ନ କରିବା ପାଇଁ ସଙ୍ଗୀତ

ଏ ଜୀବନ ନୁହେଁ ହାରିବା ପାଇଁ, କେତେ ମୂଲ୍ୟବାନ ଏ ଜୀବନ ହାରୁଛ କାହିଁ। ଆତ୍ମହତ୍ଯା କରନାହିଁ। ଏମିତି କିଛି ଲେଖାକୁ ନେଇ ନିକଟରେ ବଢୁଥିବା ଆତ୍ମହତ୍ଯା ଘଟଣାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ଏପରି ଏକ ସଚେତନଧର୍ମୀ ଗୀତ ପ୍ରସ୍ତୁତ କରିଛନ୍ତି ଲୋକପ୍ରୀୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। କଟକର ଏକ ଷ୍ଟୁଡିଓରେ ରେକଡିଂ ହୋଇଥିବା ଏହି ଗୀତକୁ ନିଜେ ପ୍ରେମ ଆନନ୍ଦ ଲେଖିବା ସହ ସ୍ବର ସଂଯୋଜନା କରିଛନ୍ତି। ଗୀତକୁ ଗାଇଛନ୍ତି ନୂଆ ପିଢୀର କଣ୍ଠଶିଳ୍ପୀ ନିଶାଦ ମିଶ୍ର। ଦିନକୁ ଦିନ ଆତ୍ମହତ୍ଯାଜନିତ ଘଟଣା ବଢୁଥିବା ବେଳେ ଏହି ଗୀତ ମାଧ୍ୟମରେ ଲୋକଙ୍କୁ ଜୀବନର ପ୍ରକୃତ ଅର୍ଥ ସମ୍ପର୍କରେ ଏକ ବାର୍ତ୍ତା ଦେବା ସହ ସଚେତନ କରିବାକୁ ଏପରି ସଂଗୀତ କରାଯାଇଛି। ଆତ୍ମହତ୍ଯା ସବୁ ସମସ୍ୟାର ସମାଧାନ ନୁହେଁ, ସମସ୍ୟାର ସାମ୍ନା କରି ଆଗକୁ ବଢିବା ଉଚିତ୍। ତେଣୁ କୌଣସି ସମସ୍ୟା ପାଇଁ ଅମୂଲ୍ଯ ଜୀବନକୁ ନହାରି ଆତ୍ମହତ୍ଯାରୁ ଦୂରେଇ ରହିବାକୁ ଏହି ଗୀତ ମାଧ୍ୟମରେ କହିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।