ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଦେଇ ରୋଷ ଭାଙ୍ଗିଲେ

ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଦେଇ ରୋଷ ଭାଙ୍ଗିଲେ

ରଥରେ ଭଉଣୀକୁ ନେଲେ| ଅଥଚ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦିକୁ ଚାଲିଗଲେ ମହାପ୍ରଭୁ| ତେଣୁ ଏଯାଏ ରୋଷ କରିଛନ୍ତି ମହାଲକ୍ଷ୍ମୀ | ଦୁଃସହ ନିଃସଙ୍ଗତା ଭିତରେ ନିମଜ୍ଜିତା ଦେବୀ ଯେ କୋପ କରିଛନ୍ତି ଏକଥା ମହାପ୍ରଭୁଙ୍କର ସଂଶୟ ନାହିଁ। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ତଥା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ତାଙ୍କୁ ରସଗୋଲା ଦେଇ ତୋଷ କରିବେ | ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ଏହି ରସପୂର୍ଣ୍ଣ ନାଟକୀୟ ଉପସ୍ଥାପନାର ନିଦର୍ଶନ ସହ ଯୋଡ଼ି ହୋଇ ରହିଛି ‘ରସଗୋଲା’। ମାନଭଞ୍ଜିନ ପାଇଁ ‘ରସଗୋଲା’ ଯେ ଏକ ଉତ୍କୃଷ୍ଟ ଉପାୟ, ମହାପ୍ରଭୁ ଏହା ଭକ୍ତମାନଙ୍କ ଲାଗି ଯୁଗଯୁଗକୁ ଇସାରା ଦେଇ ଆସିଛନ୍ତି । ଆଜି କଟକ ର ବିଭିନ୍ନ ମିଠା ଦୋକାନ ରେ ରସଗୋଲା ନେବାକୁ ଗ୍ରାହକ ଙ୍କ ଭିଡ଼ ଲାଗିଥିଲା. ପରସ୍ପର କୁ ମିଠା ଖୁଇବା ସହ ଘରକୁ ରସୋଗଲ ନେଇ ଯାଉଥିବା ଦେଖା ଜାଇ ଥିଲା, ଅଲଗା ଦିନ ଅପେକ୍ଷା ଆଜି ଦୋକାନ ରେ ସକାଳୁ ଭିଡ଼ ଲାଗିବା କଥା ଦୋକାନୀ କହିଥିଲେ. ରସୋଗଲା ଦର ଅନ୍ୟ ଦିନ ର ଦର ଭଳି ଆଜି ସମାନ ରହିଥିଲା