ଏସିଡ ପାଣି ଛଡାଇ ନେଲା ଜୀବନ

ଏସିଡ ପାଣି ଛଡାଇ ନେଲା ଜୀବନ

ସହର ବଢୁଛି ସମସ୍ୟା ଛାଡୁନି ।  ପିପିଏଲ କମ୍ପାନୀ ର ଏସିଡପାଣି ପାଲଟିଛି ଗ୍ରାମବାସୀଙ୍କ ଦୁଃଖର କାରଣ  । ପିଇବା ପାଣି ଟୋପେପାଇଁ  ହନ୍ତସନ୍ତ ଗ୍ରାମବାସୀ  ା ଗଛଲତା ସହିତ ଜଳିଗଲାଣି ଦୁବଘାସ । ଅଭିଯୋଗ କରିବାପରେ କମ୍ପାନୀ   ଯେଉଁତି ପାଣି ଯୋଗାଇ ଦେଉଠଛି ତାହା  ଗ୍ରାମବାସୀଙ୍କ ପାଇଁ ଯଥେଷ୍ଟ ହେଉନାହିଁ  । ଘଟଣାଟି ହେଉଛି କୁଜଙ୍ଗ ବ୍ଲକ ପାରାଦୀପ ଗଡ଼ ଗ୍ରାମପଞ୍ଚାୟତ ର ୨୧ ନମ୍ବର ୱାର୍ଡ ଚନକଣ ଗ୍ରାମର ର ।  ଏହି ଗ୍ରାମରେ ପାଖାପାଖି ୨୦୦ ରୁ ଉର୍ଧ୍ୱ ଲୋକ ବସବାସ ଜରନ୍ତି କ୍ଷ ଗ୍ରାମର ଗୋଟିଏ ପାର୍ଶ୍ଵରେ ଆଇସିଏଲ ରିଫାଇନେରୀ ରହିଥିବା ବେଳେ ଅନ୍ୟପଟେ ଦୁଇପଟେ ରହିଛି ପିପିଏଲ କମ୍ପାନୀ  । ଗ୍ରାମର ଏକ ଚତୁର୍ଦ୍ଧାଂସ ଲୋକେ ମାଛମାରି ନିଜର ଜୀବିକା ନିର୍ବାହ କରିବା ସହିତ ବାଡ଼ି, ବଗିଚାରେ ଫସଲ କରି ନିଜର ପରିବାର ପ୍ରତିପୋଷଣ କରନ୍ତି  । ହେଲେ ଏମାନଙ୍କ ଜୀବନଯାତ୍ରା ରେ ବାଧା ସୃଷ୍ଟି କରୁଛି ପିପିଏଲ କମ୍ପାନୀ । କମ୍ପାନୀର ଗଦା ହୋଇଥିବା ଜିପ୍ସମ  ଗାଁ ପାଖରେ ରହିଥିବା ବେଳେ ଏଥିରୁ ବାହାରୁଥିବା ଏସିଡ ପାଣି ପ୍ରଭାବରେ ଗ୍ରାମବାସୀ  ଅତିଷ୍ଠ ହୋଇପଡିଲେଣି  ।

କେବଳ ପିଇବା ପାଣିର ସମସ୍ୟା ନୁହେଁ ଚନକଣ ବାସୀଙ୍କ ଆହାର ଉପରେ ପାହାର ପକାଉଛି ଏହି ଏସିଡ ପାଣି  । ଯାହାକୁ ନେଇ ଗ୍ରାମର ପୁରୁଷ ମହିଳା ମାନେ ଅଭିଯୋଗ କରିଛନ୍ତି  । ଏହି ଏସିଡପାଣିର ପ୍ରଭାବରେ ଭୁତଳ ଜଳ ପ୍ରଭାବିତ ହେବା ସହିତ ଜଳିଯାଉଛି ଗଛଲତା  । ଏହି ଏସିଡ ପାଣି ମାଡ଼ିଯିବା କାରଣରୁ ମାଛଘେରି ଗୁଡିକରେ ମାଛ ମରିଯାଉଥିବା  ବେଳେ ପରେ ଗାଈଗୋରୁ ଏହି  ପାଣିକୁ ପିଇଵା  ପରେ  ମୃତ୍ୟୁବରଣ କରୁଥିବା କରୁଛନେ୍‌ତି  ।  ନିଜ ବାଡ଼ିରେ ଫସଲ ଚାଷକରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଜି ଫସଲ ଚାଷ ଏକପ୍ରକାର ସ୍ବପ୍ନ ପାଲଟିଯାଇଛି  । ପାଣି ପ୍ରଦୂଷିତ ହୋଇପଡିଥିବା କାରଣରୁ ଗଛରେ ପାଣିଦେଲେ ଏହିଗଛ ଗୁଡିକ ମରିଯାଉଛି  । ପାଣି ପ୍ରଦୂଷିତ ହେବାପରେ ଅନେକ ଅଭିଯୋଗ ପରେ ପିପିଏଲ ତରଫରୁ  ପାଣି ଯୋଗାଇ ଦିଆଯାଉଥିବା ବେଳେ ତାହା ଯଥେଷ୍ଟ ହେଉନାହିଁ । ଫଳରେ ଗ୍ରାମବାସୀ ମାନେ ପାଖ ଗାଁ ଷଣ୍ଢକୁଦ ଅଂଚଳରୁ ପାଣି କିଣିଆଣି ପାନୀୟ ଜଳର ଆବଶ୍ୟକତା ପୂରଣ କରୁଛନ୍ତି  । ଏହାକୁ ନେଇ ଗ୍ରାମବାସୀ ମାନେ ଅତିଷ୍ଠ ହୋଇପଡ଼ିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି  ।