ବୈଜୟନ୍ତ କହିଲେ ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହେବ

ବୈଜୟନ୍ତ କହିଲେ ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହେବ

ସମ୍ବଲପୁର ସହରର ସର୍ଲାକାନି ଠାରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ସାଂସଦ ପଣ୍ଡା ଏହି ଅବସରରେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ବିଜେପିର ସଦସ୍ୟତା ଅଭିଯାନ ଚାଳିଛି  । ଚଳିତ ବର୍ଷ ସର୍ବମୋଟ ବିଜେପି ସଦସ୍ୟତା ସଂଖ୍ୟା 11 କୋଟି ଟପିବା ସହ ବିଜେପି ବିଶ୍ଵର ସର୍ବବୃହତ ରାଜନୈତିକ ଦଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଆଗକୁ ବଢ଼ାଉଛି। ବିଜେପି ଦଳରେ ଲୋକେ ଉତ୍ସାହର ସହିତ ଯୋଡି ହେଉଛନ୍ତି । ଅନ୍ୟପକ୍ଷରେ ବିଜେପି ଦଳରେ ନୂତନ କରି 100 ଜଣକୁ ଯୋଡ଼ିଥିବା ଦଳିୟ ସଭ୍ୟସଭ୍ୟାଙ୍କୁ ସାଂସଦ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ବେହେରା, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସମିର ରଞ୍ଜନ ବାବୁ, ବରିଷ୍ଠ ବିଜେପି ନେତା ଡକ୍ଟର ପ୍ରମୋଦ ରଥଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପଣ୍ଡାଙ୍କ  ସମତ ବିଜେପିର ବହୁ ବରିଷ୍ଠ ପଦାଧିକାରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।