୧୦ ମଣିଷ ଖାଇ ସାରିଲାଣି, ୩୪ ଜଣଙ୍କୁ ରକ୍ତାକ୍ତ କଲାଣି, ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ
ଉତ୍ତର ପ୍ରଦେଶରେ ଆତଙ୍କ, ଘରେ ପଶି ମଣିଷକୁ ଖାଇ ଯାଉଛି ବିଲୁଆ । ବହରାଇଚ ଅଚଂଳରେ ଗତ ଏକ ମାସ ଧରି ଆତଙ୍କ ସୃଷ୍ଟି କରିଛନ୍ତି ୬ ଜଣିଆ ବିଲୁଆ ପଲ । ବିଲୁଆ ଆକ୍ରମଣରେ ୯ ଜଣ ଶିଶୁଙ୍କ ପ୍ରାଣ ଯାଇଥିବା ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏହା ପରେ ଆକ୍ସନ ମୋଡକୁ ଆସିଛନ୍ତି ଯୋଗୀ ସରକାର । ବିଲୁଆଙ୍କୁ ତୁରନ୍ତ ଧରିବା କିମ୍ବା ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଲୁଆଙ୍କ ପାଇଁ ଚିନ୍ତାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ୬ ଜଣ ବିଲୁଆ ଯୋଗୀଙ୍କୁ ରାତିରେ ଶୁଅ୍ଧବ ଦେଉ ନାହାନ୍ତି । କେବଳ ସେତିକି ନୁହେଁ, ଏହି ଜଣ ବିଲୁଆ ପଲ ୧୦ ଜଣ ଲୋକଙ୍କର ଜୀବନ ବି ନେଇ ସାରିଲେଣି । ଏହି ୧୦ ଜଣଙ୍କ ଭିତରେ ୯ ଜଣ ଶିଶୁ ଅଛନ୍ତି । କେବଳ ସେତିକି ନୁହେଁ, ବିଲୁଆ ଆକ୍ରମଣରେ ୩୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିଲୁଆଙ୍କ ପ୍ରଥମ ଟାର୍ଗେଟ୍ ଶିଶୁ । ଏହି ଘଟଣାରେ ବିଚଳିତ ହୋଇ ଯୋଗୀ ଆଦିତ୍ୟ ନାଥ ବିଲୁଆଙ୍କୁ ଦେଖିବା ମାତ୍ରେ ଗୁଳି ମାରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣା ଉତ୍ତର ପ୍ରଦେଶ ବହରାଇଚ ଅଂଚଳର । ଗତ ଏକ ମାସ ଧରି ଏହି ଅଂଚଳରେ ଥିବା ପ୍ରାୟ ୧୦ଟି ଗାଁରେ ଉତପାତ ମଚାଇଛନ୍ତି ବିଲୁଆ ପଲ । କେବଳ ବାଛି ବାଛି ଛୋଟ ଶିଶୁଙ୍କୁ ଆକ୍ରମଣ କରୁଛି । ଏପରିକି ଘର ଭିତରେ ଶୋଇଥିବା ଶିଶୁଙ୍କ ଗଳାକୁ କାମୁଡି ରକ୍ତ ପିଇ ଯାଇଛି । ଦିନ ହେଉ କି ରାତି, ବିଲୁଆ ଆକ୍ରମଣ ଭୟ ଲାଗି ରହୁଛି । ଏକ ମାସ ଭିତରେ ୯ ଜଣ ଶିଶୁ କେବଳ ବିଲୁଆ ଆକ୍ରମଣରେ ପ୍ରାଣ ହରାଇଲେଣି । ଏହା ସହ ଜଣେ ବୟସ୍କ ଲୋକ ବି ବିଲୁଆ କବଳରେ ପଡି ଜୀବନ ହରାଇଛନ୍ତି । ଫଳରେ ରାତି ଅନିଦ୍ରା ହୋଇ ଗାଁ ଲୋକେ ଗାଁ ଜଗୁଛନ୍ତି । ହାତରେ ଖଣ୍ଡା, କାତି, ଠେଙ୍ଗା ଏପରିକି ବନ୍ଧୁକ ଧରି ଜଗୁଛନ୍ତି ପାଳି କରି । ଏହି ଖବର ଜିଲ୍ଲା ପ୍ରଶାସନ ଜାଣିବା ପରେ , ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲା । ଏହା ପରେ ପୋଲିସ, ବନ ବିଭାଗ ଓ ଏକ ସ୍ପେଶାଲ ଟିମ୍ ବହରାଇଚରେ ଡେରା ପକାଇଛି । ଥର୍ମାଲ ଡ୍ରୋନ ସାହାଯ୍ୟରେ ସ୍ଥାନୀୟ ଜଂଗଲ, ନାଳ, କ୍ଷେତ ଖୋଜା ଚାଲିଛି । ବିଲୁଆଙ୍କୁ ଧରିବା ନ ହେଲେ, ଦେଖିବା ମାତ୍ରେ ଗୁଳି କରି ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ଯାଏଁ ୪ଟି ବିଲୁଆ ଧରାପଡିଥିବା ବେଳେ ଆହୁରି ୨ ବିଲୁଆ ଡ୍ରୋନକୁ ଚକମା ଦେଇ ଫେରାର ଅଛନ୍ତି । ଫଲରେ ଏବେ ବି ରାତି ଅନିଦ୍ରା ହୋଇ ବିଲୁଆ ଜଗୁଛନ୍ତି ପୋଲିସ, ବନ ବିଭାଗ ଓ ଗାଁ ଲୋକେ । ବ୍ୟୁରୋ ରିପୋର୍ଟ, ୟୁବିସି ନ୍ୟୁଜ୍ ।