ଆମେରିକାରେ ବିଜେପି ସଂପର୍କରେ କଣ କହିଲେ ରାହୁଲ୍ ? ଭାରତୀୟ ରାଜନୀତିରେ କିଏ ଘୃଣା ଖେଳାଉଛି ?

ଆମେରିକାରେ ବିଜେପି ସଂପର୍କରେ କଣ କହିଲେ ରାହୁଲ୍ ? ଭାରତୀୟ ରାଜନୀତିରେ କିଏ ଘୃଣା ଖେଳାଉଛି ?

ଦେଶଠୁ ବିଦେଶ ଏବେ ସବୁଠି ରାହୁଲଙ୍କ ଚର୍ଚ୍ଚା । ବିଦେଶରେ ବିଜେପି ଏବଂ  RSS ଉପରେ ବର୍ଷିଲେ ଦେଶର ବିରୋଧି ଦଳନେତା ରାହୁଲ ଗାନ୍ଧୀ । ଟେକ୍ସାସ ବିଶ୍ବବିଦ୍ୟାଳୟ ଏବଂ ‌ଟେକ୍ସାସରେ ବସବାସ କରୁଥିବା ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି, ଆର୍‌ଏସ୍‌ଏସ୍‌ ଭାରତକୁ ଗୋଟିଏ ଚିନ୍ତାଧାରାରେ ଦେଖୁଥିବା ବେଳେ କଂଗ୍ରେସ ଭାରତକୁ ଏକାଧିକ ଚିନ୍ତାଧାରାରେ ଦେଖୁଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଙ୍ଘ RSSକୁ କଡ଼ା ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ ଅଛନ୍ତି ରାହୁଲ ଗାନ୍ଧି। ଏହା ତାଙ୍କର ଅନୌପଚାରିକ ଗସ୍ତ। ଗତକାଲି ସେ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ସେ ଡାଲାସ୍, ଟେକ୍ସାସ୍ ଏବଂ ୱାଶିଂଟନ୍ ଡିସିରେ ଭାରତୀୟ ପ୍ରବାସୀ ତଥା ଯୁବକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା  । ଗତକାଲି ଡାଲାସରେ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦବୋଧନ ଦେଇ ରାହୁଲ ଗନ୍ଧି କହିଛନ୍ତି, ଭାରତୀୟ ରାଜନୀତିରେ ପ୍ରେମ, "ସମ୍ମାନ ଏବଂ ନମ୍ରତା ହଜିଯାଉଛି। ଦେଶର ରାଜନୈତିକ ବାର୍ତ୍ତାଳନ କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ଆପଣଙ୍କୁ ପ୍ରେମ ବୋଲି କିଛି ମିଳିବ ନାହିଁ। ଯଦି କିଛି ମିଳିବ, ତାହା ହେଉଛି ଘୃଣା, ହିଂସା ଏବଂ ଅନ୍ୟାୟ ।" ଖାଲି ସେତିକି ନୁହେଁ ରାହୁଲ କହିଛନ୍ତି ଯେ ବିଜେପି ଆମ ସମ୍ବିଧାନ, ଭାଷା ଓ ସଂସ୍କୃତିକୁ ନଷ୍ଟ କରୁଛି । ଗତ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ପାରି ନଥିବା ବିଷୟ ଦର୍ଶାଇ ରାହୁଲ କହିଛନ୍ତି ନିର୍ବାଚନ ପରେ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଭୟ କରିବା ଛାଡ଼ି ଦେଇଛନ୍ତି ବୋଲି କହିଛନ୍ତି ରାହୁଲ । ବ୍ୟୁବୋ ରିପୋର୍ଟ ୟୁବିସି ଓଡିଆ ।