କୋର୍ଟ କହିଲେ ମୁଖ୍ୟମନ୍ତ୍ରୀ ପଦ ରହିବ, ହେଲେ ଫାଇଲରେ ଦସ୍ତଖତ କରି ପାରିବେ ନାହିଁ କି ଅଫିସ ଯାଇ ପାରିବେ ନାହିଁ। ତଥାପି ଖୁସି କେଜରିୱାଲ।

କୋର୍ଟ କହିଲେ ମୁଖ୍ୟମନ୍ତ୍ରୀ ପଦ ରହିବ, ହେଲେ ଫାଇଲରେ ଦସ୍ତଖତ କରି ପାରିବେ ନାହିଁ କି ଅଫିସ ଯାଇ ପାରିବେ ନାହିଁ। ତଥାପି ଖୁସି କେଜରିୱାଲ।

୬ ମାସ ପରେ କେଜରିୱାଲଙ୍କୁ ମିଳିଲା ଜାମିନ୍ ।  ଏବେ ସେ ଜେଲରୁ ମୁକୁଳି ପାରିବେ । ଯଦିଓ ଇଡି ମାମଲାରେ ତାଙ୍କୁ ପୂର୍ବରୁ ଜାମିନ୍ ମିଳି ସାରିଥିଲା, ହେଲେ ସିବିଆଇ ମାମଲାରେ ଜାମିନ୍ ମିଳି ନ ଥିବାରୁ ସେ ଜେଲରେ ଥିଲେ । ଏବେ ଦୁଇଟି ଯାକ ମାମଲାରେ ବେଲ୍ ମିଳି ସାରିଥିବାରୁ ସେ ଜେଲରୁ ମୁକୁଳି ପାରିବେ । ହରିୟାଣା ନିର୍ବାଚନ ପୂର୍ବରୁ ଏହି ଜାମିନ୍ ଦଳ ପାଇଁ ଖୁବ୍ ଗୁରୁତ୍ୱ ରଖୁଛି । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ଶୁକ୍ରବାର ଏହି ବହୁ ପ୍ରତିକ୍ଷିତ ରାୟ ଶୁଣାଇଛନ୍ତି ।  ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ।

ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରଥମେ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା । ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା । ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ। ଅବଶ୍ୟ 2024 ନିର୍ବାଚନ ପୂର୍ବରୁ କେଜ୍ରିବାଲ୍ ଆଣିଥିଲେ ଅଭିଯୋଗ ।

ନୂଆ କରି ଜାତୀୟ ଦଳର ମାନ୍ୟତା ପାଇବା ପରେ ଅଡୁଆରେ ଛନ୍ଦି ହୋଇଥିଲା ଦଳ । ଜଣଙ୍କ ପରେ ଜଣେ ଆପ୍ ର ହେବିଓ୍ବେଟ ନେତା ଗିରଫ ହୋଇଥିଲେ । ଦୀର୍ଘ 6 ମାସ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଜାମିନ, ପୂର୍ବରୁ କେଜ୍ରିବାଲ  ଦେଇଥିବା ବୟାନ ଉପରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ଏବେ ପ୍ରଶ୍ନ ଆସୁଛି କେଜ୍ରିଓ୍ବାଲ ଗିରଫ ହେବା ପୂର୍ବରୁ ଗଣମାଧ୍ୟମରେ  ଦେଇଥିବା ବୟାନ ଜଦି ସତ ହିଏ ତେବେ ସ୍ଥିତି ବାସ୍ତବରେ ଚିନ୍ତାଜନକ । କାରଣ କେନ୍ଦ୍ରସରକାରଙ୍କୁ ନେଇ କେଜ୍ରିଓ୍ବାଲ ପୂର୍ବରୁ ଦେଇଥିବା ବୟାନ ଏବଂ ନିଜର ଗିଫଦାରୀ ଉପରେ ଉଠାଇଥିବା ପ୍ରଶ୍ନ  ମଦନୀତି ମାମଲାରେ ଇଡି କରିଥିବା, ଗିରଫଦାରୀ ଉପରେ କେଜ୍ରିବାଲଙ୍କୁ ମିଳିସାରିଥିଲା ଜାମିନ୍ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି ଉପରେ ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରି କେଜରିୱାଲଙ୍କୁ ଦେଇଛନ୍ତି ସର୍ତମୂଳକ ଜାମିନ୍ । ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ।