ସିନାପାଲି: ଛତିଶଗଡ଼ରୁ ଓଡ଼ିଶାକୁ ହୀରା ଚୋରା ଚାଲାଣ ଅଭିଯୋଗରେ ସିନାପାଲିର ଜଣେ ବ୍ୟକ୍ତିଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ସିନାପାଲି ଥାନା ଗୋଡଲ ଗ୍ରାମର ନୂତନ ପେଔଲ (୫୫) ବୋଲି ଜଣାଯାଇଛି । ସେ ପୋରଲିଖଣ୍ଡରୁ ୧୭୧ ଖଣ୍ଡ ହୀରା ଓଡ଼ିଶାକୁ ଆଣୁଥିବା ଜଣାପଡ଼ିଥିଲା । କୌଣସି ସୂତ୍ରରୁ ଖବର ପାଇ ଦେଭୋଗ ଥାନାଧିକାରୀ ତାଙ୍କ ଟିମ୍ ସହ କଇଁଟପଦର ପାଖରେ ଜଗି ରହିଥିଲା । ଅଭିଯୁକ୍ତ ଜଣକ ବାଇକ (ସିଜି ୦୫ ଡବ୍ଲୁ୯୪୬୭)ରେ ଆସୁଥିବା ସମୟରେ ତାକୁ ଯାଞ୍ଚ କରାଯାଇଥିଲା । ତା ନିକଟରୁ ୧୭୧ ଖଣ୍ଡ (୪ ଖଣ୍ଡ ବଡ଼ ପିସ ଏବଂ ୧୬୭ ଖଣ୍ଡ ଛୋଟ ପିସ ) ହୀରା ଜବତ କରାଯାଇଛି । ଏ ନେଇ ଦେଭୋଗ ଥାନାଧିକାରୀ ସୂଚନା ଦେଇଛନ୍ତି । ଏହାର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଦେଭୋଗ ଥାନାରେ ମାମଲା ରୁଜୁ ହୋଇ ୧୩୫/୨୦୨୦ ଧାରା ୩୭୯/୪ (୨୧) ମାଇନିଂ ଆକ୍ଟରେ ଗିରଫ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।
