ଏମିତି  ପ୍ରସ୍ତୁତ କରନ୍ତୁ ଚିକେନ ଲଲିପପ

ଏମିତି ପ୍ରସ୍ତୁତ କରନ୍ତୁ ଚିକେନ ଲଲିପପ

ହାଣ୍ଡିଶାଳ

ଭୁବନେଶ୍ୱର: ରବିବାରକୁ ଖାସ କରି ସମସ୍ତେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଖାଲି ତରକାରୀ ଏବଂ ବିରିୟାନୀ କାହିଁକି ସନ୍ଧ୍ୟା ସମୟରେ ଯଦି ସ୍ବାଦିଷ୍ଟ ଚିକେନ୍ ଲଲିପପ୍ ଖାଇବାକୁ ମିଳିଯାଏ ତେବେ ଆଉ କଣ ଦରକାର। ତେବେ ଆପଣଙ୍କ ରବିବାର ସନ୍ଧ୍ୟାକୁ ଚଟପଟା ଏବଂ ସ୍ବାଦିଷ୍ଟ କରିବା ପାଇଁ ଆଜି ଆମେ ଆପଣଙ୍କୁ କିପରି ଘରେ ଚିକେନ ଲଲିପପ୍ ପ୍ରସ୍ତୁତ କରିବେ ତାହାର ପ୍ରଣାଳୀ କହିବାକୁ ଯାଉଛୁ।

ଆବଶ୍ୟକ ସାମଗ୍ରୀ
ଲେଗ୍ ପିସ୍ ଚିକେନ – ୪୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୩ ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଲମରିଚ ଗୁଣ୍ଡ – ୧ଚାମଚ
ସୋୟା ସସ – ୧ ଚାମଚ
ଟମାଟୋ ସସ – ୧ ଚାମଚ
ମଇଦା – ୨ଚାମଚ
ଅଣ୍ଡା – ୧ଟି
କଣ୍ଣଫ୍ଲୋର – ୨ ଚାମଚ
ପିଆଜ – ୧ଟି
ଲେମ୍ବୁ – ୧ଟି

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକନେକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏଥିରେ ସୋୟା ସସ୍, ଅଦା ରସୁଣ ବଟା, ଟମାଟୋ ସସ୍ , ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ୩୦ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ୩୦ ମିନିଟ ପରେ ଏଥିରେ ସାମାନ୍ୟ ହଳଦୀ ଗୁଣ୍ଡ, ମଇଦା , କଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଏକ ଅଣ୍ଡା ଭାଙ୍ଗି ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଳାଇ ରଖିଥିବା ଚିକେନକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଗୋଲ ଆକାରର ପିଆଜ ଓ ଲେମ୍ବୁ କାଟି ଏହାର ଚାରି ପାଖରେ ସଜାଇ ଦିଅନ୍ତୁ। ଏହା ପରେ ଖାଆନ୍ତୁ ଓ ମଜା ନିଅନ୍ତୁ।

Powered by Froala Editor