ବରୋଦ୍ରା ରେ ପୁଷପୁନି ଭେଟଘାଟ
~~~~~~~~~~~~~~~~~~~
ବରଗଡ଼ : ଗତ ରବିବାର ଦିନ ଗୁଜୁରାଟ ର ବରୋଦ୍ରା ସହର ରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡିଶା ଭାଇ ଭଉଣୀ ମାକଙ୍କ ମଧ୍ୟରେ ପ୍ରତିବର୍ଷ ପଶ୍ଚିମ ଓଡିଶାର ମହାନ ପର୍ବ "ପୁଷପୁନି" ପାଳନ କରି ଭାଇଚାରା ଶୃଷ୍ଟି କରୁଥିବା "ଜୁହାର ପରିବାର" ପକ୍ଷରୁ ସଭାପତି ମନୋଜ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବରୋଦ୍ରା ର "ଫୁଲଡ୍ବାର ଏଡଭେନଚର ପାର୍କ" ଠାରେ ପୁଷପୁନି ଭେଟଘାଟ ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇଯାଇଛି ।
ଏଥିରେ ଅନ୍ୟାନ୍ୟ କର୍ମକର୍ତ୍ତା ସର୍ବଶ୍ରୀ ଆଶିଷ କୁମାର ମିଶ୍ର,ଅନନ୍ତ ମିଶ୍ର,ବିବେକା ପାଢୀ,ସୁଶାନ୍ତ ପାଢୀ,ରିତ୍ବିକ ଷଡଙ୍ଗୀ,ସୁନୀଲ ନାଏକ,ସଚିନ ଶର୍ମା,ବେଦାତ୍ମନ ମିଶ୍ର ତଥା ଆହୁରି ଅନେକ ପଶ୍ଚିମ ଓଡିଶା ବାସୀ ଯୋଗଦେଇ ଆମ ଭାଷା ,କଳା ଓ ସଂସ୍କୃତି କୁ ମନଭରି ଉପଭୋଗ କରିଥିଲେ ।
ଆଗାମୀ ଦିନରେ ପଶ୍ଚିମ ଓଡିଶାର ସମସ୍ତ ଗଣପର୍ବକୁ ଆହୁରି ଧୂମଧାମରେ ପାଳନ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ
Powered by Froala Editor
