ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ଵତୀ ଦେବ ଙ୍କ ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ
******************************
ବରଗଡ : ବରଗଡ଼ ଜିଲା ମେଲଛାମୁଣ୍ଡାରେ ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ଵତୀ ଦେବ ଙ୍କ ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେଉଅଛି।ଏଥରେ ହଜାର ହଜାର ଭକ୍ତ ଙ୍କ ଆଗମନ ହୋଇଛି ।ଗତ ଶୁକ୍ରବାର ଅଧିବାସ ହୋଇଥିବା ବେଳେ ଶନିବାର ପ୍ରଥମ ଦିନ ପୂଜାର୍ଚ୍ଚନା ସମ୍ପର୍ଣ୍ଣ ହୋଇଛି ।ତିନିଦିନ ଧରି ଚାଲିଥିବା ଭକ୍ତ ସମ୍ମିଳନୀ ରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି ପ୍ରଥମ ଦିନରେ ପରମହଂସ ପରିବ୍ରାଜକାଚାର୍ଯ୍ୟ ସଦଗୁରୁ ଶ୍ରୀମଦ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଦେବ ଶିଷ୍ୟ ଓ ଭକ୍ତ ମାନଙ୍କ ମଧ୍ୟରେ ଆଦର୍ଶ ଗୃହସ୍ଥ ଜୀବନ ଗଠନ,ସଙ୍ଘ ଶକ୍ତି ର ପ୍ରତିଷ୍ଠା ଓ ଭାବ ବିନିମୟ ନିମିତ୍ତ ଭକ୍ତ ସମ୍ମିଳନୀ ନାମକ ଏକ ମହାନ ଆଧ୍ୟାତ୍ମିକ ଭାବଧାରାକୁ ନେଇ ନିଳାଚକ ସାରସ୍ୱତ ସଙ୍ଘ ପୁରୀଙ୍କ ତତ୍ୱାବଧାନରେ ଆବାହକ କମିଟିର ସଭାପତିଙ୍କ ଆବାହନ କ୍ରମେ ସମସ୍ତ ଶାଖା ସଙ୍ଘ ଭକ୍ତ ମାନଙ୍କ ଆବାହନ କ୍ରମେ ମେଲଛାମୁଣ୍ଡା ସଙ୍ଘ ଠାରେ ଆୟୋଜିତ ସମ୍ମିଳନୀର ଶନିବାର ପ୍ରଥମ ଅଧିବେଶନ ପ୍ରାତଃ ୪.୩୦ ସମୟରୁ ୮.୩୦ ସମୟ ପର୍ଯ୍ୟନ୍ତ ପ୍ରାତଃ ପୂଜା ,ଷୋଡଶ ଉପଚାର ପୂଜା ,ଆରତୀ,ବନ୍ଦନା, ପ୍ରାର୍ଥନା ,ଆବାହନ ଗାନ ଓ ପ୍ରବଚନ କାର୍ଯ୍ୟ କ୍ରମ ରହିଥିବା ବେଳେ ଭାବ ଓ ବକ୍ତି ର ପରିବେଶ ରେ ଆଧ୍ୟାତ୍ମିକ ଚେତନା ଓ ସୁନ୍ଦର ପରିବେଶ ମଧ୍ୟରେ ଭଗବତ ଜ୍ଞାନ ଓ ଚର୍ଚ୍ଚା ସନାତନ ଧର୍ମର ରକ୍ଷା ଯିବେ ଦୟା ପରି ବିଭିନ୍ନ ପ୍ରସଙ୍ଗ ଉପରେ ଅତିଥି ସନ୍ୟାସୀ ଓ ବକ୍ତା ପ୍ରବଚନ ଦେଇଥିଲେ । ମୁଖ୍ୟ ଅତିଥି ତୁଷାର କାନ୍ତି ବେହେରା,ବିଶିଷ୍ଟ ଅତିଥି ପୂଜ୍ୟ ପରମହଂସ ପ୍ରଙ୍ଗାନନ୍ଦଜୀ ମହାରାଜ ,ଶ୍ରୀମଦ ସ୍ୱାମୀ ଦିବ୍ୟାନନ୍ଦ ମହାରାଜ ,ଶ୍ରୀମଦସ୍ୱାମୀ ବ୍ରମହାନନ୍ଦ ସରସ୍ୱତୀ ମହାରାଜ ,ପୂଜ୍ୟ ଶ୍ରୀମଦ ସରସ୍ୱତୀ ଜୟଦେବ ଭାରତୀ ଓ ମୁଖ୍ୟ ବକ୍ତା ସମାଜସେବୀ ଗୀତା ମିଶ୍ର ଓ ପୁର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଭଗବତ ଆଲୋଚନା ଚର୍ଚ୍ଚା କରିଥିଲେ ।ଏନେଇ ବରଗଡ଼ ଜିଲା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ହଜାର ହଜାର ଭକ୍ତ ଙ୍କ ସମାବେଶ ହୋଇଛି ବୋଲି ନୀଳାଚଳ ସାରସ୍ୱତ ସଙ୍ଘ ପୁରୀ ର ସଭାପତି ଗଗନେନ୍ଦ୍ର ମହାନ୍ତି କହିଛନ୍ତି । ଭକ୍ତ ମାନଙ୍କ ରହିବାପାଇଁ ଅସ୍ଥାୟୀ ନିବାସ ,ପାନୀୟ ଜଳ,ପରିମଳ ବ୍ୟବସ୍ଥା ସହ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ନୀଳାଚଳ ସାରସ୍ୱତ ସଙ୍ଘ ପରିଚାଳକ ଶ୍ରୀଯୁକ୍ତ ଦୁର୍ଗାଚରଣ ମହାନ୍ତି,ସଭାପତି ଗଗନେନ୍ଦ୍ର ମହାନ୍ତି,ଭକ୍ତ ସମ୍ମିଳନୀ ଆବାହକ କମିଟି ସଭାପତି କଳ୍ପତରୁ ସେନାପତି ଓ ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି,ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଙ୍କ ତତ୍ୱାବଧାନ ରେ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
Powered by Froala Editor
