ଏବେ ଦୈନିକ ଓଡ଼ିଶାରେ ସାଢ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ ଭୁବନେଶ୍ବରରେ ଦୈନିକ ୧୨ ଶହ ରୋଗୀ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁ କିଛି କାରଣ ଯୋଗୁଁ ଲୋକଙ୍କ ଦେହରେ ପ୍ରବେଶ କରୁଛି । କେଉଁ କାରଣ ଯୋଗୁଁ ପଶୁଛି, ତାହାର କାରଣ ଓ ପ୍ରତିକାର ନ କଲେ ସଂକ୍ରମଣ ଲାଗିରହିବ । ଏଥିପ୍ରତି ଦୃଷ୍ଟି ଦିଆଯିବା ଅତ୍ୟନ୍ତ ଆବଶ୍ୟକ । କିଛି ଲୋକ କଟକଣା ମାନୁନାହାନ୍ତି, ଦାୟିତ୍ବହୀନ ଭାବେ କାମ କରୁଛନ୍ତି । ଆମେ ନିଜେ ନିୟମ ମାନିବା ସହ ଖିଲାପକାରୀଙ୍କୁ ତାଗିଦ କରିବାକୁ ପଡିବ । ଆମକୁ ଯେମିତି ହେଲେ କୋଭିଡ୍ ସଂକ୍ରମଣ ହ୍ରାସ କରିବାକୁ ପଡିବ । ସଂକ୍ରମଣ କମିବା ପାଇଁ ସମେସ୍ତ ପ୍ରଚେଷ୍ଟା କରିବା ଆବଶ୍ୟକତା ରହିଛି ।ପ୍ରତି ସପ୍ତାହରେ ନୂଆ ହସ୍ପିଟାଲ ହେଉଛି, ଟେଷ୍ଟିଂ ଲ୍ୟାବ୍ କରାଯାଉଛି । ଲକ୍ଡାଉନ୍, ସଟଡାଉନ୍ର କୁ ପ୍ରଭାବ ଅର୍ଥନୀତି ଉପରେ ପଡିଛି । ତେଣୁ ଜୀବନ ଓ ଜୀବିକାର ସଂଘର୍ଷରେ ଏକ ସନ୍ତୁଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସ୍ଆରସି । ତିନୋଟି ଜିନିଷକୁ ମାନିଲେ, ରୋଗ ସଂକ୍ରମଣକୁ କମାଯାଇ ପାରିବ । ସାମାଜିକ ଦୂରତ୍ବ, ମାସ୍କ, ସ୍ବାସ୍ଥ୍ୟ ସଚେତନ ହେଲେ ସଂକ୍ରମଣ ରୋକି ହେବ ବୋଲି କହିଛନ୍ତି ଏସ୍ଆରସି ।
