କରୋନା ଯୋଗୁଁ ୭୨% ଋଣ ପ୍ରଭାବିତ

କରୋନା ଯୋଗୁଁ ୭୨% ଋଣ ପ୍ରଭାବିତ

ବେପାର ବଣିଜ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠିତ କେ.ଭି କାମାଥ କମିଟି କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଷେତ୍ରଗୁଡ଼ିକର ତାଲିକା ଦାଖଲ କରିଛି । ତେବେ ଏହାର ଦିନକ ପରେ କମିଟିର ଅଧ୍ୟକ୍ଷ କେ.ଭି କାମାଥ ଏହା ଉପରେ ଟିପ୍ପଣୀ ଦେଇଛନ୍ତି । କାମାଥ କହିଛନ୍ତି, କରୋନା ଯୋଗୁଁ ୭୨% ଋଣ ପ୍ରଭାବିତ ହୋଇଛି । ତେବେ ୧୨ ସପ୍ତାହ ପୂର୍ବେ ଯାହା ଆଶା କରାଯାଉଥିଲା ଆର୍ଥିକ ସୁଧାର ତା’ଠାରୁ ଭଲ ରହିଥିବା କାମାଥ କହିଛନ୍ତି । ସେ କହିଛନ୍ତି, କରୋନା ମହାମାରୀ ଆସିବା ପୂର୍ବରୁ ହିଁ ଅର୍ଥନୀତି ଉପରେ ଚାପ ରହିଥିଲା । ଜିଡିପିର ୨୩.୯% ହ୍ରାସ ଆଶ୍ଚର୍ଯ୍ୟର କଥା ନୁହେଁ । କୋଭିଡ-୧୯ ଯୋଗୁଁ ଗତ ଦୁଇ ତ୍ରୟମାସ ବୃହତ ମାତ୍ରାରେ ପ୍ରଭାବିତ ହୋଇଛି । ଋଣ ପୁନରୁଦ୍ଧାର ଯୋଜନା ଉପରେ କାମାଥ କହିଛନ୍ତ ଯେ, ଏଥିରେ ଜଟିଳତା ରହିବା ନିଶ୍ଚିତ କିନ୍ତୁ ଏହି ଜଟିଳତା ଗୁଡ଼ିକୁ ଆଖି ଆଗରେ ରଢ଼ି ବ୍ୟାଙ୍କ ଗୁଡ଼ିକ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଆଶା । ଲୋକମାନେ ତଥା କର୍ପୋରେଟ ସଂସ୍ଥା ଗୁଡ଼ିକ ଯେପରି ଋଣ ପରିଶୋଧ କରିବା ପାଇଁ ଆକର୍ଷିତ ହେବେ ଉକ୍ତ ଦିଗରେ ବ୍ୟାଙ୍କ ଗୁଡ଼ିକ ନିଷ୍ପତ୍ତି ନେବେ ବୋଲି ଆଶା ରହିଛି ।