ଅଫିସ ଭଙ୍ଗାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଙ୍ଗନା

ଅଫିସ ଭଙ୍ଗାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଙ୍ଗନା

ଜାତୀୟ ଖବର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୁମ୍ବାଇରେ ରହିଥିବା କଙ୍ଗନାଙ୍କ କାର୍ଯ୍ୟାଳୟ ମଣିକର୍ଣ୍ଣିକା ଫିଲ୍ମସର କାର୍ଯ୍ୟାଳୟକୁ ଭଙ୍ଗାଯାଉଥିବା ବେଳେ ଏହାର ପ୍ରତିବାଦରେ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଏମସି ପକ୍ଷରୁ ଏନେଇ କଙ୍ଗନାଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ କଙ୍ଗନା ଉତ୍ତର ନରଖିଥିବାରୁ ବୁଧବାର ବିଏମସି ପକ୍ଷରୁ ବିଲଡିଂକୁ ଭଙ୍ଗାଯାଇଛି । ଏହା ସହିତ କଙ୍ଗନା ଟ୍ୱିଟ ଜରିଆରେ ଶିବସେନା ଏବଂ ବିଏମସିକୁ ସମାଲୋଚନା କରିଛନ୍ତି । ମଣିକର୍ଣ୍ଣିକା ଫିଲ୍ମସର କାର୍ଯ୍ୟାଳୟ ମୋ ପାଇଁ କୌଣସି ମନ୍ଦିରଠୁ କମ ନୁହେଁ । ଆଜି ଏହି ମନ୍ଦିରକୁ ଭାଙ୍ଗିବା ପାଇଁ ବାବର ସେନା ପହଞ୍ଚିଛନ୍ତି ବୋଲି କଙ୍ଗନା ଟ୍ୱିଟ କରିଛନ୍ତି । ଏହା ସହିତ ଘର ଭଙ୍ଗାଯାଉଥିବାର ଏକ ଫଟୋ ସେୟାର କରି ପାକିସ୍ତାନ ଏବଂ ଗଣତନ୍ତ୍ରର ହତ୍ୟା ବୋଲି ଲେଖିଛନ୍ତି କଙ୍ଗନା । ସେ ପୂର୍ବରୁ କୌଣସି ଭୁଲ ବୟାନ ଦେଇ ନାହାନ୍ତି ଏବଂ ନିଜ ବୟାନରେ ସେ ଅଟଳ ବୋଲି ମଧ୍ୟ କଙ୍ଗନା ଲେଖିଛନ୍ତି । କଙ୍ଗନାଙ୍କ ମାମଲାର ତ୍ୱରିତ ଶୁଣାଣି କରାଯିବ ବୋଲି ଜଣାପଡିଛି ।