ଭୁବନେଶ୍ୱର: ଏକ ଡୁ୍ୟପ୍ଲେକ୍ସ ଘର ଦେବାକୁ କହି ୧୮ ନିବେକଶଙ୍କଠାରୁ ୫ କୋଟି ୧୬ ଲକ୍ଷ ୬୭ ହଜାର ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) କେଶରୀ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ନିଦେ୍ର୍ଧଶକ ଅକ୍ଷୟ ଚୌଧୁରୀଙ୍କୁ ଗିରଫ କରିଛି । ଫରେଷ୍ଟ ପାର୍କ ସ୍ଥିତ ପ୍ଲଟ ନମ୍ବର ୨୬୧ରେ ଥିବା ତାଙ୍କ ଘରେ ଚଢ଼ଉ କରି ଇଓଡବ୍ଲୁ୍ୟ ଅଧିକାରୀମାନେ ତାଙ୍କୁ ଗିରଫ କରିବା ପରେ କଟକ ସ୍ଥିତ ଓପିଆଇଡି କୋର୍ଟରେ ପି୍ରଜାଇଡିଂ ଅଫିସରଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏହି ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅକ୍ଷୟଙ୍କ ଭାଇ ତଥା ସଂସ୍ଥା ଏମଡି ଅଜୟ ଚୌଧୁରୀ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଇଓଡବ୍ଲୁ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ତେବେ କେବଳ ଅଜୟ ନୁହନ୍ତି, ଏହି ଠକେଇ ମାମଲାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଇଓଡବ୍ଲୁ୍ୟ ଆଶଙ୍କା କରୁଛି ।
