ମୁମ୍ବାଇ : ବିଏମସି ପକ୍ଷରୁ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟ ଉଚ୍ଛେଦ କରାଯାଉଥିବା ବେଳେ ହାଇକୋର୍ଟଙ୍କ ପକ୍ଷରୁ ରୋକ ଲଗାଯାଇଛି । ତେବେ ହାଇକୋର୍ଟଙ୍କ ରାୟ ପ୍ରକାଶ ପୂର୍ବରୁ ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ସରିଥିଲା । ଅଦାଲତଙ୍କ ରାୟ ଅପରାହ୍ନ ୧.୩୦ ମିନିଟ ପରେ ଆସିଥିବା ବେଳେ ୧୨.୩୦ ସୁଦ୍ଧା ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା । ମାମଲାରେ କଙ୍ଗନାଙ୍କ ନୈତିକ ବିଜୟ ହୋଇଛି ବୋଲି କୁହାଯାାଉଥିଲେ ମଧ୍ୟ ଶିବସେନା ପକ୍ଷରୁ ରାଜନୈତିକ ପ୍ରତିଶୋଧ ନିଆଯାଇଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତା କାଲି ଅପରାହ୍ନମ ୩ଟା ପର୍ଯ୍ୟନ୍ତ ଉଚ୍ଛେଦ ଉପରେ ରୋକ ଲଗାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବାନ୍ଦ୍ରାର ପାଲି ହିଲସରେ ରହିଥିବା ମଣିକର୍ଣ୍ଣିକା ଫିଲ୍ମସର କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ନୋଟିସ ମିଳିବା ପରେ ଆଜି ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
