ଭୁବନେଶ୍ୱର: କୋଭିଡ କଟକଣା ପାଇଁ ସ୍ଥଗିତ ରହିଥିବା ଡିଏଲ (ଗାଡ଼ି ଚାଳନା ଲାଇସେନ୍ସ) ଓ ଏଲଏଲ (ଲର୍ଣ୍ଣିଂ ଲାଇସେନ୍ସ) ପାଇଁ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏ ନେଇ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ପରିବହନ ଆୟୁକ୍ତ ତାରିଖ ଧାର୍ଯ୍ୟ କରିବା ସହ ଶୃଙ୍ଖଳିତ ଢ଼ଙ୍ଗରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ପରିବହନ ଆୟୁକ୍ତଙ୍କୁ ଚିଠି ଲେଖିଛନ୍ତି । କୋଭିଡ କଟକଣା ଯେଭଳି କଡ଼ାକଡ଼ି ଭାବରେ ପାଳନ ହେବ ତାହା ଉପରେ ନଜର ରଖିବାକୁ କୁହାଯାଇଛି । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ବାହାରେ ପାନ ଛେପ ନ ପକାଇବା ପାଇଁ ନିଦେ୍ର୍ଧଶ ରହିଛି । ଏହାକୁ ନଜରରେ ରଖି କମିସନର ସ୍ୱତନ୍ତ୍ର ନିଦେ୍ର୍ଧଶାବଳୀ ଜାରି କରିବାକୁ କୁହାଯାଇଛି । ଦିନକୁ କେତେ ଲୋକ ଆସିବେ କିଭଳି ବୁକିଂ କରିବେ ଏ ସବୁ ନେଇ ନିଦେ୍ର୍ଧଶାବଳୀ ପ୍ରସ୍ତୁତ କରିବା ପୂର୍ବରୁ ଲୋକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ନଜର ରଖିବାକୁ କୁହାଯାଇଛି । ସୂଚନା ଯୋଗ୍ୟ କୋଭିଡ କଟକଣା ପାଇଁ ଏହି ପରୀକ୍ଷା ବନ୍ଦ ରଖାଯାଇଥିଲା ।
