ଏନକାଉଣ୍ଟରରେ ୪ ମାଓବାଦୀ ମୃତ

ଏନକାଉଣ୍ଟରରେ ୪ ମାଓବାଦୀ ମୃତ

ରାଜ୍ୟ ଖବର

ଭବାନୀପାଟଣା : ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । କଳାହାଣ୍ଡି ଏସପି ଏନେଇ ସୂଚନା ଦେଇଛନ୍ତି । କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏନକାଉଣ୍ଟର କରାଯାଇଥିଲା । ପ୍ରକାଶ ଯେ, କଳାହାଣ୍ଡି ଓ କନ୍ଧମାଳ ସୀମାଞ୍ଚଳରେ ମାଓବାଦୀଙ୍କ ତାଣ୍ଡବଲୀଳା ବହୁ ଦିନରୁ ହୋଇଆସୁଥିବା ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ପରେ ପୁଲିସ ମାଓବାଦୀଙ୍କ କାର୍ୟ୍ୟକଳାପ ଉପରେ ନଜର ରଖିଥିଲା । ଆଜି ପୁଲିସ ପକ୍ଷରୁ ସେହି ଅଞ୍ଚଳରେ ଏନକାଉଣ୍ଟର କରାଯାଇଛି । ତେବେ ମାଓ କ୍ୟାମ୍ପ ଓ ମାଓ ସାମଗ୍ରୀ ଜବତ ବିଷୟରେ କିଛି ତଥ୍ୟ ଏପର୍ୟ୍ୟନ୍ତ ମିଳିନାହିଁ ।