ଲଜ୍ଜା :୯୦ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ଲଜ୍ଜା :୯୦ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ଜାତୀୟ ଖବର

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ନଜଫରଗଡ଼ର ଛାଓଲା ଅଞ୍ଚଳରେ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କୁ ୩୩ ବର୍ଷୀୟ ଯୁବକ ସୋନୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଛନ୍ତି । ବୃଦ୍ଧାଙ୍କ କହିବା ଅନୁସାରେ, ସେ ସନ୍ଧ୍ୟା ୫ଟା ବେଳେ ନିଜ ଘର ସାମ୍ନାରେ କ୍ଷୀରବାଲାକୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଅଜଣା ଯୁବକ ଆସି ବୃଦ୍ଧାଙ୍କୁ କ୍ଷୀର ବାଲା ପାଖକୁ ନେଇଯିବ କହି ରେୱଲା ଖାନପୁର ଫାର୍ମକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ବୃଦ୍ଧାଜଣଙ୍କ ଚିକ୍ରାର କରିବାରୁ ଯୁବକ ଜଣଙ୍କ ତାଙ୍କୁ ମାଡ଼ ମାରି ଥିଲେ । ବୃଦ୍ଧା ଯନ୍ତ୍ରଣାରେ ଚିକ୍ରାର କରିଥିଲେ ମଧ୍ୟ ଯୁବକ ଶୁଣିନଥିଲେ । ବୃଦ୍ଧାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଗାଁ ଲୋକେ ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଥିଲେ । ଗାଁଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଦିଲ୍ଲୀ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।