କଲମ୍ବୋ: ଫାଶୀ ପାଇବାକୁ ଥିବା ଜଣେ ହତ୍ୟା ଅଭିଯୁକ୍ତ ଶ୍ରୀଲଙ୍କା ପାର୍ଲାମେଣ୍ଟ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ନବନିର୍ବାଚିତ ସାଂସଦ ହେଉଛନ୍ତି ଶ୍ରୀଲଙ୍କା ପିପୁଲ୍ସ ପାର୍ଟିର ସଦସ୍ୟ ପ୍ରେମଲାଲ ଜୟ ଶେଖର (୪୫) । ୨୦୧୫ରେ ଜଣେ ରାଜନୈତିକ ବିରୋଧୀଙ୍କ ହତ୍ୟା କରିବା ଅଭିଯୋଗରେ ଜୁଲାଇ ୩୧ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅଗଷ୍ଟ ୫ରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅଦାଲତର ସ୍ୱତନ୍ତ୍ର ନିଦେ୍ର୍ଧଶ ବଳରେ ତଥା କଡ଼ା ସୁରକ୍ଷା ମଧ୍ୟରେ ସେ କାରାଗାରରୁ ଆସି ଶପଥ ଗ୍ରହଣ କରିଥିବା ବେଳେ ପାର୍ଲାମେଣ୍ଟରେ ବିରୋଧୀ ଦଳ ସଦସ୍ୟମାନେ ଘୋର ବିରୋଧ କରିବା ସହ ପ୍ରତିବାଦରେ ଗୃହତ୍ୟାଗ କରିଥିଲେ । ଜଣେ ଅଭିଯୁକ୍ତ ପାର୍ଲାମେଣ୍ଟ ସଦସ୍ୟ ଭାବେ ଶପଥ ଗ୍ରହଣ କରିବା ଶ୍ରୀଲଙ୍କା ସଂସଦ ପାଇଁ ପ୍ରଥମ ଘଟଣା ବୋଲି କୁହାଯାଉଛି ।
