ଭୁବନେଶ୍ବର : ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ନେଇ ବିଏମ୍ସି ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି । ସହରରେ ବ୍ୟାପକ ହେଲ୍ଥ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସ୍ପନ୍ସ ଟିମ୍ କାର୍ୟ୍ୟ କରିବେ। ସେହିପରି ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍ଥ ସ୍କ୍ରିନିଂ କରିବ ରାପିଡ୍ ରେସପନ୍ସ ଟିମ୍ । ହୋମ୍ ଆଇସୋଲେସନ୍ରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍ସି । ଆକ୍ରାନ୍ତମାନେ କରୋନା ନିୟମ ମାନୁଛନ୍ତି କି ନାହିଁ, ତାହା ଉପରେ କଡା ନଜର ରହିବ । କରୋନାକୁ ନେଇ ସନ୍ଦେହ ହେଲେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି କୋଭିଡ୍ ଦାୟିତ୍ବରେ ଥିବା ଆଇଏଏସ୍ ପାରୁଲ୍ ପଟ୍ଓ୍ବାରୀ । ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଭୁବନେଶ୍ବର ମହାନଗରରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କ୍ବାରେଣ୍ଟାଇନ୍ କେସଠାରୁ ଏଠାରେ ଲୋକାଲ୍ କେସ୍ ଅଧିକ ରହୁଛି ।
