ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ଯୋଗୁଁ ଜାରି ହୋଇଥିବା ଲକଡାଉନ ସ୍ଥିତି ଏବଂ ତତସଂଲଗ୍ନ ଧିମାବସ୍ଥା ଯୋଗୁଁ ବିଶ୍ୱ ସ୍ତରରେ ଚଳିତ ବର୍ଷ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନରୁ ୪ ରୁ ୭ ପ୍ରତିଶତ କମିଯାଇଛି । ବୁଧବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଜାରି କରିଥିବା ୟୁନାଇଟେଡ ଇନ ସାଇନ୍ସ ୨୦୨୦ ରିପୋର୍ଟରୁ ଏଭଳି ସୂଚନା ମିଳିଛି । ଏପି୍ରଲରେ କୋଭିଡ ସଂକ୍ରମଣ ଶୀର୍ଷରେ ଥିବା ବେଳେ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ଗତ ବର୍ଷ ତୁଳନାରେ ୧୭% କମିଥିବା ଜଣାଯାଇଛି । ତେବେ ଜୁନ ବେଳକୁ ଏହି ପରିମାଣ ଉଲ୍ଲେଖନୀୟ ଭାବେ ବଢ଼ିଥିଲେ ହେଁ ୨୦୧୯ ତୁଳନାରେ ୫ ପ୍ରତିଶତ କମ ରହିଛି ।
