ୱାଶିଂଟନ: କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଉତ୍ତର କୋରିଆ ପ୍ରଶାସନ ବିଶେଷ କରି ଚୀନରୁ ଆସୁଥିବା ଆଗନ୍ତୁକମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିଦେବାକୁ ନିଦେ୍ର୍ଧଶ ଜାରି କରିଛନ୍ତି । ଦକ୍ଷିଣ କୋରିଆରେ ଥିବା ଜଣେ ଆମେରିକୀୟ ସାମରିକ ଅଧିକାରୀ ରବର୍ଟ ଆବ୍ରାହମଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ସୂଚନା ମିଳିଛି । ଉତ୍ତର କୋରିଆର ଭୁଷୁଡିପଡ଼ିଥିବା ସ୍ୱାସ୍ଥ୍ୟ ସେବା କୌଣସି ପ୍ରକାର ସଂକ୍ରମଣର ମୁକାବିଲା କରିବାକୁ ଅସମର୍ଥ । ଅପରପକ୍ଷେ ଚୀନରୁ ଉପôତ୍ତି ଏହି ମହାମାରୀ ଗୋଟିଏ ବି ମାମଲା ଏ ଯାଏ ଘନିଷ୍ଠ ପଡେ଼ାଶୀ ଉତ୍ତରକୋରିଆର ଦେଖାଯାଇନାହିଁ । ଗତ ଜାନୁଆରିରୁ କିମ ଜଙ୍ଗ ସରକାର ଚୀନ ସହ ରହିଥିବା ସୀମାକୁ ବନ୍ଦ କରିଦେଇଥିବାରୁ ଦେଶବାସୀ ଏଭଳି ଆଶ୍ୱସ୍ତ ଅଛନ୍ତି । ତେବେ ଏଭଳି ସୀମା ବନ୍ଦ ଯୋଗୁଁ ଦେଶକୁ ବିଭିନ୍ନ ସାମଗ୍ରୀର ଚୋରା କାରବାର ବଢ଼ିଯାଇଛି ଯେଉଁଥିରେ କି ଅଧିକାରୀମାନେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ଦେଶର ସେନାବାହିନୀକୁ କରୋନା ସଂକ୍ରମଣ ରୋକିବା ପାଇଁ ଦାୟିତ୍ୱ ଦିଆଯାଇଛି । ତେଣୁ ଅନଟନରେ ସନ୍ତୁଳିତ ଉତ୍ତରକୋରିଆ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଅପେକ୍ଷା ଚୀନରୁ ଆସୁଥିବା ଆଗନ୍ତୁକମାନଙ୍କୁ ସନ୍ଦିଗ୍ଧ କରୋନ କେନ୍ଦ୍ର ବିଚାରି ସେମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିଦେ୍ର୍ଧଶ କରିଥିବା ସ୍ପଷ୍ଟ ହୋଇଛି ।
