ନୂଆଦିଲ୍ଲୀ: ଆଇସିଏମଆର ଦ୍ୱାରା କରାଯାଇଥିବା ଦେଶର ପ୍ରଥମ ଜାତୀୟ ସ୍ତରର ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଉକ୍ତ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଦେଶର ୬୪ ଲକ୍ଷ ରୁ ଅଧିକ ଲୋକ ମେ’ଆରମ୍ଭ ସୁଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି । ଗ୍ରାମୀଣ ଭାରତରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି । ଗ୍ରାମୀଣ ଭାରତରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟ ପକ୍ଷରେ ସହରାଞ୍ଚଳରେ ବସ୍ତି ଗୁଡ଼ିକରେ ୧୫.୯ ପ୍ରତିଶତ ଏବଂ ସହରାଞ୍ଚଳ ଅଣବସ୍ତି ଅଞ୍ଚଳରେ ୧୪.୬ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟ ଜଣାପଡ଼ିଛି ଯେ ୧୮.୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସେରୋ ପଜିଟିଭସର୍ବାଧିକ ୪୩.୩ ପ୍ରତିଶତ ରହିଛି । ଏହା ପରେ ୪୬ ରୁ ୬୦ ବର୍ଷ ମଧ୍ୟରେ ସେରୋ ପଜିଟିଭ ୩୯.୫ ପ୍ରତିଶତ ରହିଛି । ୨୧ଟି ରାଜ୍ୟରେ ଏହି ସର୍ଭେ କରାଯାଇଛି । ମୋଟ ୦.୭୩ ପ୍ରତିଶତ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
