ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁଁ ଦେଶରେ ତେଲଦର କମୁଛି । ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି । ଆଜି ପେଟ୍ରୋଲ ଦର ୧୩ ପଇସା ଓ ଡିଜେଲ ୧୨ ପଇସା ହ୍ରାସ ପାଇଛି । ଏହି ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୨ ଟଙ୍କା ୯୩ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୮ ଟଙ୍କା ୫୧ ପଇସା ଓ ଡିଜେଲ ୭୯ ଟଙ୍କା ୪୫ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୨.୪୧ ଓ ଡିଜେଲ ଟ. ୭୯.୩୫ ରେ ବିକ୍ରି ହେଉଛି । ତେବେ ଭାଟ୍ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।
