ମାଦି୍ରଦ: କୋଭିଡ-୧୯ ରୋଗୀର ଚିକିତ୍ସାରେ ଅଧିକ ମାତ୍ରାରେ କାଲସିଫେଡିଅଲ ବା ଭିଟାମିନ-ଡିର ସକି୍ରୟ ରୂପାନ୍ତର ଉପଯୋଗ କଲେ ସମ୍ପୃକ୍ତ ରୋଗୀ ଗୁରୁତର ହେବାର ଆଶଙ୍କା କମିଥାଏ ବୋଲି ସ୍ପେନୀୟ ଗବେଷକମାନେ ଦାବି କରିଛନ୍ତି । ବିଶେଷଜ୍ଞମାନେ କୋଭିଡ ପାଇଁ କୌଣସି ଶସ୍ତା ଔଷଧର ଅନ୍ୱେଷଣ ଚଳାଇଥିବା ବେଳେ ଏହି ନୂତନ ନିର୍ଯ୍ୟାସରେ ପହଞ୍ଚିପାରିଛନ୍ତି । ସ୍ପେନିସ ଡାଇରେକ୍ଟ ପତି୍ରକାରେ ପ୍ରକାଶିତ ସେମାନଙ୍କର ଗବେଷଣାର ବିବରଣୀ ଅନୁଯାୟୀ ସ୍ପେନର କୋର୍ଦୋବା ସ୍ଥିତ ରିନୋସୋଫିଆ ବିଶ୍ୱ ବିଦ୍ୟାଳୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୫୦ ରୁ ୭୬ ଜଣ କୋଭିଡ ରୋଗୀଙ୍କୁ ରୀତିମତ ଉଚ୍ଚ ମାତ୍ରାର କାଲସିଫେଡିଅଲ (୨୫-ହାଇଡ୍ରକ୍ସି ଭିଟାମିନ ଡି ) ଦିଆଯାଇଥିଲା । ତେବେ ସେମାନଙ୍କ ଭିତରୁ କେବଳ ଜଣଙ୍କର ଆଇସିୟୁ ଚିକିତ୍ସା ଆବଶ୍ୟକ ପଡ଼ିଥିବା ବେଳେ ଅନ୍ୟମାନେ ଡାକ୍ତରଖାନାରୁ ଆରାମରେ ଘରକୁ ଫେରିଥିଲେ । ଏ ପ୍ରକାର ଫଳାଫଳକୁ ଗୁରୁତର କୋଭିଡ ସଂକ୍ରମଣ ବିରୋଧରେ ଭିଟାମିନ ଡି ସୁରକ୍ଷା ଯୋଗାଉଥିବା ପ୍ରମାଣିତ ହୋଇଛି ବୋଲି ମୁଖ୍ୟ ଗବେଷକ ମାର୍ତା ଏନ୍ସେନାସ କାଷ୍ଟିଲୋ କହିଛନ୍ତି । ତେବେ ଏ ସଂକ୍ରାନ୍ତ ଏକ ବଳିଷ୍ଠ ସିଦ୍ଧାନ୍ତ ପାଇଁ ବିକ୍ଷିପ୍ତ ପରୀକ୍ଷଣ ଜରୁରୀ ବୋଲି ସେ ଟିପ୍ପଣୀ କରିଛନ୍ତି ।
