ଜାପାନ ପ୍ରଧାନମନ୍ତ୍ରୀ ହେଲେ ୟୋସିହିଦେ ସୁଗା

ଜାପାନ ପ୍ରଧାନମନ୍ତ୍ରୀ ହେଲେ ୟୋସିହିଦେ ସୁଗା

ଜାତୀୟ ଖବର

ଟୋକିଓ : ଅସୁସ୍ଥତା କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ଶାସକ ଦଳର ନେତା ୟୋସିହିଦେ ସୁଗା ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ସେ ଦୀର୍ଘ ସମୟ ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସେ ପୂର୍ବରୁ ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ଆଜି ୭୧ ବର୍ଷୀୟ ସୁଗା ଦଳର ସଂସୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ଭାବେ ନିର୍ବାଚିତ ହୋଇଛନ୍ତି। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। ୫୩୪ ଭୋଟ୍‌ରୁ ୩୭୭ ଭୋଟ୍‌ରେ ଜିତ୍ ହାସଲ କରିଛି ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି । ସେହିପରି ସୁଗାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବ ରକ୍ଷା ମନ୍ତ୍ରୀ ଶିଗରୁ ଇଶିବାଙ୍କୁ ୬୮ ଓ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶଦାଙ୍କୁ ୮୯ଟି ଭୋଟ୍ ମିଳିଛି । ୟୋସିହିଦେ ସୁଗା ଜାପାନର ସବୁଠୁ ଅଧିକ ବୟସ୍କର ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବାପରେ ଦେଶକୁ ଆର୍ଥିକ ଦିଗରେ ଆଗକୁ ବଢାଇବା ସହ କରୋନା ସହ ସଫଳ ମୁକାବିଲା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୧ ପ୍ରାରମ୍ଭରେ ଜାପାନରେ କରୋନା ଭ୍ୟାକସିନ୍ ଉପଲବ୍ଧ ହେବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ସୁଗା । ଏହା ସହିତ କୃଷି ଓ ପର୍ୟ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ବୋଲି ସୁଗା କହିଛନ୍ତି ।