ନୂଆଦିଲ୍ଲୀ : ଦୀର୍ଘ ୨୮ ବର୍ଷ ପରେ ବାବ୍ରୀ ମସଜିଦ ମାମଲାର ଫଇସଲା ହେବାକୁ ଯାଉଛି । ଆସନ୍ତା ୩୦ ତାରିଖରେ ଏହି ମାମଲାର ଫଳାଫଳ ଆସିବ । ଏହି ମାମଲାର ଶୁଣାଣିରେ ବିଭିନ୍ନ ବରିଷ୍ଠ ନେତାଙ୍କୁ ହାଜର ହେବାକୁ ନୋଟିସ ପ୍ରଦାନ କରାଯାଇଛି । ବିଜେପି ଭେଟେରାନ ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ, କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ପୂର୍ବତନ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂ ପ୍ରମୁଖଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ କରାଯାଇଛି । ଏହା ପୂର୍ବରୁ ଜୁଲାଇ ୨୪ ତାରିଖରେ ଆଡଭାନୀ ଏବଂ ଏହାର ଗୋଟିଏ ଦିନ ପୂର୍ବରୁ ଯୋଶୀ ସିବିଆଇ ନିକଟରେ ନିଜର ବୟାନ ରେକର୍ଡ କରାଇଥିଲେ । ବର୍ତ୍ତମାନର ରାମ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନରେ ରହିଥିବା ୧୫ ଶହ ଶତାବ୍ଦୀର ମସଜିଦକୁ ୬ ଡିସେମ୍ବର ୧୯୯୨ରେ ଭଙ୍ଗାଯାଇଥିବା ବେଳେ ମାମଲାରେ ତକ୍ରାଳୀନ ବିଜେପି ଏବଂ ଆରଏସଏସ ନେତାଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
