ଭୁବନେଶ୍ୱର : ପେଟିଏମ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିବାର ଜଣାପଡିଛି । ଜୁଆ ସହ ଜଡିତ ଥିବା ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମ୍କୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦେଇଥିବା କହିଛି । ନିୟମ ଉଲ୍ଲଂଘନର ଅଭିଯୋଗରେ ଗୁଗୁଲ୍ ପ୍ଲେ ଷ୍ଟେରରୁ ପେଟିଏମ୍କୁ ହଟା ଯାଇଥିବାର ସୂଚନା ରହିଛି । ଅପରପକ୍ଷରେ ପେଟିଏମ୍ ଫର୍ ବିଜିନେସ୍, ପେଟିଏମ୍ ମଲ୍, ପେଟିଏମ୍ ମନି ପରି ଆପ୍ ଗୁଡିକ ଏବେବି ମହଜୁଦ୍ ରହିଛି । କେବଳ ପେଟିଏମ୍ ଆପ୍କୁ ହିଁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇଯାଇଥିବାର ସୂଚନା ରହିଛି । ଗୁଗଲର କାର୍ୟ୍ୟାନୁଷ୍ଠାନ ପରେ ପେଟିଏମ୍ରେ ୟୁଜର୍ସଙ୍କ ଟଙ୍କା ସୁରକ୍ଷିତ ରହିଥିବାର କହିଛି ପେଟିଏମ୍ । ତେବେ ପେଟିଏମ୍ଣ ଆଣ୍ଡ୍ରୋଏଡ୍ ଆପ୍ ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରେ ନ୍ୟୁଜ୍ ଡାଉନ୍ଲୋଡ ଓ ଅପଡେଟେଡଡ୍ ପାଇଁ ଉପଲବ୍ଧ ନାହିଁ । ତେବେ ଏହି ସମସ୍ୟା ଖୁବ ଶୀଘ୍ର ଦୂର ହେବ ବୋଲି ପେଟିଏମ୍ କହିଛି ।
