ଚୀନ ଗବେଷକମାନେ ଦାବି କରିଛନ୍ତି ଯେ ପ୍ରତିଦିନ ଅଧିକ ସମୟ ଯାଏଁ ଚଷମା ପିନ୍ଧୁଥିବା ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା କମ୍ ଥାଏ । ସାଧାରଣ ଲୋକଙ୍କ ତୁଳନାରେ ଚଷମା ପିନ୍ଧୁଥିବା ବ୍ୟକ୍ତି ସଂକ୍ରମିତ ହେବାର ସମ୍ଭାବନା ୫ ଗୁଣ କମ ଥାଏ । ନାନଚାଙ୍ଗ ୟୁନିଭରସିଟି ଅଧୀନରେ ପରିଚାଳିତ ହେଉଥିବା ଏକ ହସ୍ପିଟାଲର ଚିକିତ୍ସକମାନେ ଏହା କହିଛନ୍ତି । ସେମାନଙ୍କ ଅନୁସାରେ, ଆଖିରେ ଏସିଇ-୨ ରିସିପ୍ଟର ଥାଏ । କରୋନା ଭାଇରସର ସ୍ପାଇକ ପ୍ରୋଟିନ ଏହି ରିସିପ୍ଟର ସହ ସମ୍ପୃକ୍ତ ହୋଇ ମଣିଷ ଦେହ ଭିତରେ ପ୍ରବେଶ କରିଥାଏ । ବାୟୁରେ ଥିବା କରୋନା ଭାଇରସ ସମ୍ପୃକ୍ତ କଣିକାର ସଂସ୍ପର୍ଶରେ ଆସିଲେ କିମ୍ବା ଆଖିରେ ହାତ ମାରିଲେ, କରୋନା ଭାଇରସ ଆଖି ଦେଇ ଦେହ ଭିତରେ ପ୍ରବେଶ କରିଥାଏ । ତେଣୁ ଅଧିକ ସମୟ ଯାଏଁ ଚଷମା ପିନ୍ଧିଲେ ଏପରି ଘଟିବାର ସମ୍ଭାବନା ହ୍ରାସ ପାଇଥାଏ । ଗବେଷକମାନେ ଜାନୁଆରୀ ୨୭ ରୁ ମାର୍ଚ୍ଚ ୧୩ ଭିତରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ୨୬୭ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରିଥିଲେ । ସେମାନଙ୍କ ଭିତରୁ ୩୯ ଜଣ ଚଷମା ପରିଧାନ କରୁଥିଲେ । ଏମାନଙ୍କ ଉପରେ ଅଧ୍ୟୟନ କରି ସେମାନେ ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।
