ବରଗଡ଼ : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସମସ୍ତ ଲୋକ କରୋନା ଔଷଧ କିମ୍ବା ଟିକାକୁ ଚାହିଁ ବସିଛନ୍ତି । ବହୁ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଏହି ସମୟରେ କରୋନାରୁ ମୁକ୍ତି ପାଇବା ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥ କହିଲେ ଲୋକ କରିବାକୁ ପଛାଉ ନାହାନ୍ତି । ଲୋକଙ୍କର ଏପରି ମାନସିକତାର ଫାଇଦା ଉଠାଉଛନ୍ତି କିଛି କଳା ବେପାରୀ । ଲୋକଙ୍କ ଭୁଆଁ ବୁଲାଇ କରୋନା ଔଷଧକ କହି ନକଲି ଔଷଧ ପ୍ରସ୍ତୁତ କରିବା ସହ ବିକ୍ରି କରୁଛନ୍ତି । ଏପରି ଏକ ଘଟଣା ବରଗଡ଼ ଜିଲାରେ ଦେଖିବାକୁ ମିଳିଛି । ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରାଯିବା ସହିତ ବି୍ରକି କରାଯାଉଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସ ମିଳିତ ଭାବେ ଏହା ଉପରେ ଚଢ଼ାଉ କରିଥିଲା । ଚଢ଼ାଉରେ ବିପୁଳ ପରିମାଣର ଔଷଧ ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହେରୀ ସୂଚନା ଦେଇଛନ୍ତି ।
